Advertisment

ଧୋଇଗଲା ରାସ୍ତା; ଯୋଗାଯୋଗ ବିଚ୍ଛିନ୍ନ

ଆଜି ସକାଳେ ପ୍ରବଳ ବର୍ଷା ଯୋଗୁ ରାସ୍ତାଟି ଧୋଇ ଯାଇଥିଲା।

Road Damaged

Road Damaged

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବାଉସୁଣୀରୁ କଇନ୍ତରା ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ଯାଇଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। ଏଥିସହ ରାସ୍ତାରେ ୮ ଫୁଟର ଘାଇ ସୃଷ୍ଟି ହୋଇଛି।

Advertisment

ଆଜି ସକାଳେ ପ୍ରବଳ ବର୍ଷା ଯୋଗୁ ରାସ୍ତାଟି ଧୋଇ ଯାଇଥିଲା। ଫଳରେ ବାଉସୁଣୀ, କଇନ୍ତରା,ଘଣ୍ଟୋପାଳ ଓ ଫବସି ଆଦି ବିଭିନ୍ନ ଗାଁର ଯାତାୟାତ ଠପ୍ ହୋଇଯାଇଛି। ଫଳରେ ଲୋକେମାନେ ବିଭିନ୍ନ ଅସୁବଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ସଧାରଣରେ ଦାବି ହୋଇଛି।

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଦିନ ହେବ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀ ଫୁଲିବା ସହ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ନଜିର ରହିଛି।

Advertisment
Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe