Advertisment

ଦୁର୍ଘଟଣା କମାଇବାକୁ ଆକ୍ସନ ପ୍ଲାନ, କଡ଼ାକଡ଼ି ହେବ ଯାଞ୍ଚ

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ କଡ଼ାକଡ଼ି ଯାଞ୍ଚ କରିବାକୁ ସମସ୍ତ RTO ଏବଂ ଅତିରିକ୍ତ RTOଙ୍କୁ ଚିଠି ଲେଖି ନିର୍ଦ୍ଦେଶ STA ।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ କଡ଼ାକଡ଼ି ହେବ ଯାଞ୍ଚ। ଡିସେମ୍ବର ମାସ ସାରା କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ନେଇ ରାଜ୍ୟର ସମସ୍ତ RTO ଏବଂ ଅତିରିକ୍ତ RTOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ- STA ।

Advertisment

ଚିଠିରେ କୁହାଯାଇଛି, କୁହୁଡ଼ି ଓ ଅନ୍ୟ ଜଳବାୟୁ ସ୍ଥିତି ଯୋଗୁଁ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାର ଆଶଙ୍କା ରହିଛି। ତେଣୁ ଡିସେମ୍ବର ମାସ ଯାକ ମଦ୍ୟପାନ କରି ଗାଡ଼ି ଚାଳନା, ହେଲମେଟ ବିହୀନ ଗାଡ଼ି ଚାଳନା, ଅତ୍ୟଧିକ ବେଗରେ ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର, ରଙ୍ଗସାଇଡ ଗାଡ଼ି ଚାଳନା ଓ ମାଲବାହୀ ଯାନରେ ଓଭରଲୋଡିଂ ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କର।

ଏପରିକି ଏଥିଲାଗି ଅଧିକ ସଂଖ୍ୟକ ପାଟ୍ରୋଲିଂ ଗାଡ଼ି ଓ ପୁଲିସ ସହାୟତା ଦରକାର ହେଲେ ଜଣାଇବାକୁ କୁହାଯାଇଛି। ଏହାସହ ଏଥିପାଇଁ ନିଜ ସ୍ତରରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ RTO ମାନଙ୍କୁ ପରାମର୍ଶ ଦେଇଛି STA ।

Advertisment
RTO Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe