Advertisment

ପାଣି ପାଇଁ ଗରା, ବାଲଟି ରଖି ରାସ୍ତାରୋକ

ଦୀର୍ଘ ବର୍ଷ ହେଲାଣି ମଳଗୁଦାରୀଗାଁ ଲୋକମାନେ ପାନୀୟ ଜଳ ସଂଗ୍ରହ କରିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଜାଗାରୁ ଦୂଷିତ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Protest

Protest

Advertisment

ପିଇବା ପାଣି ପାଇଁ ଡହଳ ବିକଳ ଲୋକେ। ବାରମ୍ବାର ଅଭିଯୋଗ କରିବା ପରେ ପ୍ରଶାସନ ନଶୁଣିବାରୁ ରାସ୍ତା ଅବରୋଧ କଲେ ଗାଁର ଶତାଧିକ ମହିଳା ଓ ପୁରୁଷ। କନ୍ଦମାଳ ଜିଲ୍ଳା ଗୁଦାରୀ ପଞ୍ଚାୟତର ମଳଗୁଦାରୀ ଗାଁରେ ଆଜି ଦେଖିବାକୁ ମିଳିଛି ଏହି ଦୃଶ୍ୟ। ମହିଳାମାନେ ଫୁଲବାଣୀ-ଖଜୁରୀପଡ଼ା ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ସେହି ରାସ୍ତା ଦେଇ ଗାଡ଼ି ଚଳାଚଳ ବନ୍ଦ ହେବା ସହିତ ଯାତାୟତ ପୂରା ଠପ୍‌ ହୋଇଥିଲା।

Advertisment

ଦୀର୍ଘ ବର୍ଷ ହେଲାଣି ମଳଗୁଦାରୀଗାଁ ଲୋକମାନେ ପାନୀୟ ଜଳ ସଂଗ୍ରହ କରି ପିଉଥିଲେ। ଏଥିପାଇଁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ବିଭିନ୍ନ ଜାଗାରୁ ଦୂଷିତ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ଗାଁ ଲୋକମାନେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବହୁବାର ଖଜୁରୀପଡ଼ା BDO ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ନ ହେବାରୁ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ।

ଘଟଣା ସ୍ଥଳରେ କନ୍ଧମାଳ ADM,ଫୁଲବାଣୀ ଉପ-ଜିଲ୍ଲାପାଳ, RWSS ଯନ୍ତ୍ରୀ, ଗୁଦାରୀ ସରପଞ୍ଚ ପ୍ରମୁଖ ପହଞ୍ଚି ରାସ୍ତା ଅବରୋଧକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ବର୍ତ୍ତମାନ ପାଇଁ ଗ୍ରାମବାସୀଙ୍କୁ ଟ୍ୟାଙ୍କରରେ ଜଳଯୋଗାଇ ଦିଆଯିବ। ଆଗାମୀ ଦିନରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି କନ୍ଧମାଳ ADM ପ୍ରତିଶୃତି ଦେବା ପରେ ଗ୍ରାମବାସୀ ମାନେ ରାସ୍ତାରୋକରୁ ହଟିଥିଲେ।

Advertisment
Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe