Advertisment

RPF ଇନ୍ସପେକ୍ଟର ନିଲମ୍ବିତ, ଆସିଲା ସାଂଘାତିକ ଅଭିଯୋଗ

ଧର୍ମେନ୍ଦ୍ର ମିଶ୍ର ଏବେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରେଳ ସୁରକ୍ଷା ବଳରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନିଲମ୍ବନ ନେଇ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Suspend

Suspend

Advertisment

କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ରେଳ ସୁରକ୍ଷା ବଳ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର । ଧର୍ମେନ୍ଦ୍ର ମିଶ୍ର ଏବେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରେଳ ସୁରକ୍ଷା ବଳରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନିଲମ୍ବନ ନେଇ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Advertisment

ଅଭିଯୋଗ ଅନୁଯାୟୀ, ଚାରି ଦିନ ପୂର୍ବରୁ RPFର ନର୍ଲାରେ କାର୍ଯ୍ୟରତ କନଷ୍ଟେବଳ ବାଳକୃଷ୍ଣ ଭୋଇ ଜଣେ ଗଞ୍ଜେଇ ବେପାରୀଙ୍କଠାରୁ ଲାଞ୍ଚ ନେଉଥିଲେ। ଏହି ଘଟଣା ବାହାରେ ପ୍ରଘଟ ହେବା ପରେ ମଧ୍ୟ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର ତାଙ୍କ ବିରୋଧରେ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କଲେ ନାହିଁ।

ଜଣେ ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଲାଞ୍ଚ ନେଉଥିବା କନଷ୍ଟେବଳ ବାଳକୃଷ୍ଣ ଭୋଇଙ୍କୁ ନର୍ଲାରୁ ବିଶାଖାପାଟଣାକୁ ବଦଳି କରାଯାଇଛି।

Advertisment

ନିଜ ନିଲମ୍ବିତ ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର ।

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe