Advertisment

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କା

ରେଳମନ୍ତ୍ରୀ କହିଛନ୍ତି, ପୂର୍ବରୁ ଅର୍ଥାତ ୟୁପିଏ ସମୟରେ ଓଡ଼ିଶାକୁ ୮୩୮ କୋଟି ଟଙ୍କା ମିଳୁଥିଲା। ଅଧିକ ଟଙ୍କା ଦେବା ପାଇଁ ବାରମ୍ୱାର ଅନୁରୋଧ କରାଯାଉଥିଲା। ହେଲେ ମୋଦିଜୀ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଟଙ୍କା ଦେଉଛନ୍ତି। ।

author-image
Manoranjan Sial
ଅଦ୍ୟତନ ହୋଇଛି
Railway Minister

Railway Minister

ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ରେକର୍ଡ଼ ପରିମାଣରେ ଅର୍ଥ ଦିଆଯାଇଛି। ଏଥର ବଜେଟରେ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଏଥିସହ ୫୯ ରେଳ ଷ୍ଟେସନ୍‌କୁ ଅମୃତ ଭାରତ ଷ୍ଟେସନ୍‌ ଯୋଜନାରେ ସାମିଲ୍‌ କରାଯାଇଛି। ଆଜି ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ରେଳମନ୍ତ୍ରୀ କହିଛନ୍ତି, ପୂର୍ବରୁ ଅର୍ଥାତ ୟୁପିଏ ସମୟରେ ଓଡ଼ିଶାକୁ ୮୩୮ କୋଟି ଟଙ୍କା ମିଳୁଥିଲା। ଅଧିକ ଟଙ୍କା ଦେବା ପାଇଁ ବାରମ୍ୱାର ଅନୁରୋଧ କରାଯାଉଥିଲା। ହେଲେ ମୋଦିଜୀ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଟଙ୍କା ଦେଉଛନ୍ତି। ଓଡ଼ିଶାରେ ପ୍ରାୟ ୪୦ରୁ ଅଧିକ ପ୍ରକଳ୍ପ କାମ ଚାଲିଛି। ଯେଉଁଥିରେ ୫୪୪୩୪ କୋଟି ଟଙ୍କା ଇନ୍‌ଭେଷ୍ଟମେଣ୍ଟ ହୋଇଛି। ଓଡ଼ିଶାରେ ୧୦୦% ବିଦ୍ୟୁତି କରଣ ହୋଇଯାଇଛି। ୫୯ ଷ୍ଟେସନ୍‌କୁ ଅମୃତ ଭାରତ ଷ୍ଟେସନ୍‌ରେ ଯୋଜନାରେ ନବୀକରଣ କରାଯାଉଛି। ସେଥିପାଇଁ ଦ୍ରୁତ ଗତିରେ ଚାଲିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ସେ କହିଛନ୍ତି, ଅମୃତ ଭାରତ ଷ୍ଟେସନ୍‌ରେ ଯୋଜନାରେ ସାମିଲ୍‌ ହୋଇଥିବା ଷ୍ଟେସନ୍‌ ଗୁଡ଼ିକ ହେଲା ଅନୁଗୋଳ, ବାଦାମ ପାହାଡ଼, ବଲାଙ୍ଗିର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ୍‌, ବରଗଡ଼ ରୋଡ୍‌, ବାରିପଦା, ପରବାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପେଟଣା, ଭୁବନେଶ୍ୱର, ନୂଆ ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜ ନଗର, ଛତ୍ରପୁର, କଟକ, ଦାମନ ଯୋଡ଼ି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ୍‌, ହିମ୍‌ଗିରି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍‌, ଜଳେଶ୍ୱର, ଜରୁଲି, ଜୟପୁର, ଝାରସୁଗୁଡ଼ା ଜଂସନ୍‌, ଝାରସୁଗୁଡ଼ା ରୋଡ୍‌, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆଳ ରୋଡ୍‌, ଖୋର୍ଦ୍ଧାରୋଡ୍‌ ଜଂସନ୍‌, କୋରାପୁଟ ଜଂସନ୍‌, ଲିଙ୍ଗରାଜ, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡ଼ା, ପାନ୍‌ପୋଷ୍‌, ପାରାଦୀପ,ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର,ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା,ସାକ୍ଷୀଗୋପାଳ, ସମ୍ୱଲପୁର, ସମ୍ୱଲପୁର ସିଟି, ତାଳଚେର ରୋଡ୍‌, ସୋର ଓ ଟିଟିଲାଗଡ଼ ଜଂସନ୍‌। ଏଥିରୁ କିଛି ଷ୍ଟେସନ୍‌ର ନବୀକରଣ କାମ ଚାଲିଥିବା ବେଳେ ଆଉ କେତେକ ଷ୍ଟେସନ୍‌ର କାମ ଆରମ୍ଭ ହେବ। କିଛି ଷ୍ଟେସନ୍‌ର ସ୍ଥିତି ଅନୁଧ୍ୟାନ ମଧ୍ୟ କରିଛି। ୨୦୧୪ରୁ ଆଜି ପର୍ଯ୍ୟନ୍ତ ୪୨୭ଟି ଫ୍ଲାଏଓଭର ଓ ଅଣ୍ଡରପାସ୍‌ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ।

Advertisment
Railway Minister Railway Budget