/odisha-reporter/media/post_attachments/uploadimage/library/16_9/16_9_0/IMAGE_1689872981.jpg)
Rudra Maharathi
ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ପୁର୍ନଗଠନ କରିଛନ୍ତି । ବୋର୍ଡରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୯ଜଣ ସଦସ୍ୟ ଥିବାବେଳେ ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସଦସ୍ୟ ଭାବେ ସାମିଲ ଅଛନ୍ତି । ବରଗଡ଼ ଜିଲ୍ଲା ପଦମପୁରର ପ୍ରିତମ ମେହେର ଓ ଭବାନୀପାଟଣାର ଗୋବର୍ଦ୍ଧନ ଦାସଙ୍କୁ ବେସରକାରୀ ସଦସ୍ୟ ଭାବେ ସାମିଲ କରାଯାଇଛି।
ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡରେ ମୋଟ ୯ଜଣଙ୍କୁ ସାମିଲ କରାଯାଇଛି । ବୋର୍ଡର ଅଧ୍ୟକ୍ଷଙ୍କ ସମେତ ଆବାହକ ସଦସ୍ୟ ଭାବେ ରାଜ୍ୟ ହାଉସିଂ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି।
ସେହିପରି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ହାଉସିଂ ନିର୍ଦ୍ଦେଶକ, ଟାଉନପ୍ଲାନିଂ ନିର୍ଦ୍ଦେଶକ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ, ମୁଖ୍ୟ ଯନ୍ତ୍ରୀ (କୋଠାବାଡି)ଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି । ଦୁଇଜଣ ବେସରକାରୀ ସଦସ୍ୟ ଭାବେ ବରଗଡ଼ ଜିଲ୍ଲାର ପଦମପୁର(ରାଜବୋଡ଼ାସମ୍ବର)ର ପ୍ରୀତମ ମେହେର ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା(ମନ୍ଦାର ବଗିଚାପଡ଼ା)ର ଗୋବର୍ଦ୍ଧନ ଦାସଙ୍କୁ ସାମିଲ କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତବର୍ଷ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ପୂର୍ବତନ ବିଜେଡି ସାଂସଦ କଳିକେଶ ସିଂହଦେଓଙ୍କୁ ନିଯୁକ୍ତି ଦେଇଥିଲେ । ଏବେ ସେ ଉକ୍ତ ପଦବୀରେ କାର୍ଯ୍ୟ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
