Advertisment

ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ପୁର୍ନଗଠନ: ରୁଦ୍ର ମହାରଥୀ, ପ୍ରୀତମ ମେହର ସଦସ୍ୟ

ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡରେ ମୋଟ ୯ଜଣଙ୍କୁ ସାମିଲ କରାଯାଇଛି।

ଅଦ୍ୟତନ ହୋଇଛି
Rudra Maharathi

Rudra Maharathi

Advertisment

ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ପୁର୍ନଗଠନ କରିଛନ୍ତି । ବୋର୍ଡରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୯ଜଣ ସଦସ୍ୟ ଥିବାବେଳେ ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସଦସ୍ୟ ଭାବେ ସାମିଲ ଅଛନ୍ତି । ବରଗଡ଼ ଜିଲ୍ଲା ପଦମପୁରର ପ୍ରିତମ ମେହେର ଓ ଭବାନୀପାଟଣାର ଗୋବର୍ଦ୍ଧନ ଦାସଙ୍କୁ ବେସରକାରୀ ସଦସ୍ୟ ଭାବେ ସାମିଲ କରାଯାଇଛି। 

Advertisment

ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡରେ ମୋଟ ୯ଜଣଙ୍କୁ ସାମିଲ କରାଯାଇଛି । ବୋର୍ଡର ଅଧ୍ୟକ୍ଷଙ୍କ ସମେତ ଆବାହକ ସଦସ୍ୟ ଭାବେ ରାଜ୍ୟ ହାଉସିଂ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି।

ସେହିପରି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ହାଉସିଂ ନିର୍ଦ୍ଦେଶକ, ଟାଉନପ୍ଲାନିଂ ନିର୍ଦ୍ଦେଶକ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ, ମୁଖ୍ୟ ଯନ୍ତ୍ରୀ (କୋଠାବାଡି)ଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି । ଦୁଇଜଣ ବେସରକାରୀ ସଦସ୍ୟ ଭାବେ ବରଗଡ଼ ଜିଲ୍ଲାର ପଦମପୁର(ରାଜବୋଡ଼ାସମ୍ବର)ର ପ୍ରୀତମ ମେହେର ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା(ମନ୍ଦାର ବଗିଚାପଡ଼ା)ର ଗୋବର୍ଦ୍ଧନ ଦାସଙ୍କୁ ସାମିଲ କରାଯାଇଛି।

Advertisment

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତବର୍ଷ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ପୂର୍ବତନ ବିଜେଡି ସାଂସଦ କଳିକେଶ ସିଂହଦେଓଙ୍କୁ ନିଯୁକ୍ତି ଦେଇଥିଲେ । ଏବେ ସେ ଉକ୍ତ ପଦବୀରେ କାର୍ଯ୍ୟ କରୁଛନ୍ତି।

BjD Rudra Maharathy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe