'Rudrum-2'
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଳ। ଓଡ଼ିଶା ତଟରେ ସଫଳ ହେଲା ଆଣ୍ଟି-ରେଡିଏସନ୍ ମିଜାଇଲ୍ ରୁଦ୍ର ମାର୍କ-ଟୁ ବା ରୁଦ୍ରମ୍-ଟୁର ପରୀକ୍ଷଣ।
DRDO ଦ୍ୱାରା ପ୍ରସ୍ତୁତ ଏହି ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ରକୁ, ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ-30 MKIରୁ ପରୀକ୍ଷଣ କରାଯାଇଛି। ଚାନ୍ଦିପୁର ITR ରୁ ଏହାର ପ୍ରପଲ୍ସନ ସିଷ୍ଟମ, କଣ୍ଟ୍ରୋଲ ଓ ଗାଇଡାନ୍ସ ଆଲଗରିଦିମ୍ ଆଦି ପରୀକ୍ଷା କରାଯାଇଛି। ଆଣ୍ଟି ରେଡିଏସନ ମିଜାଇଲ୍ ଶତ୍ରୁପକ୍ଷର ରାଡାର୍, ଜାମର୍ ଓ ରେଡିଓ ସିଷ୍ଟମ ଆଦିକୁ ଚିହ୍ନଟ କରି ଧ୍ୱଂସ କରିଥାଏ ଓ ଯୋଗାଯୋଗ କ୍ଷମତାକୁ ନଷ୍ଟ କରିଥାଏ।
ଭାରତର ପ୍ରଥମ ସ୍ୱଦେଶୀ ଆଣ୍ଟି ରେଡିଏସନ୍ ମିଜାଇଲ୍ ରୁଦ୍ରମ୍-ୱାନ୍ ୨୦୨୦ରେ ପରୀକ୍ଷଣ ହୋଇଥିବା ବେଳେ, ୪ ବର୍ଷ ପରେ ଏହାର ଉନ୍ନତ ଭର୍ସନ ରୁଦ୍ରମ୍-ଟୁ ପରୀକ୍ଷଣ ହୋଇଛି। ଏବେ ଭାରତୀୟ ସେନା ବ୍ୟବହାର କରୁଥିବା ରୁଷର ଆଣ୍ଟି ରେଡିଏସନ୍ ମିଜାଇଲ୍ କେଏଚ୍-୩୧ର ସ୍ଥାନ ନେବ ରୁଦ୍ରମ୍-ଟୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/_Rudrum_2__1716998557.jpg)