Advertisment

ଆଜିଠୁ ରତ୍ନଭଣ୍ଡାର ମରାମତି; ପ୍ରଭାବିତ ହେବନି ଶ୍ରୀଜିଉଙ୍କ ନୀତିକାନ୍ତି

ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ।

author-image
Niharika Rout
ଅଦ୍ୟତନ ହୋଇଛି
Puri Temple

Puri Temple

ଆଜିଠୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ।

Advertisment

ଏହି ସମୟରେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ ଉପସ୍ଥିତ ରହିବେ । ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ASIର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ।

ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଭିତର ଭଣ୍ଡାର ମରାମତି ହେବ। ଏଥିପାଇଁ ପ୍ରଥମେ ଭାରାବନ୍ଧା କାମ ହେବ, ଏହାପରେ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ। ଏହାପରେ ଯେଉଁ ଯେଉଁ ସ୍ଥାନରେ ଫାଟ ଅଛି ତାର ମରାମତି ହେବ। ପଥର ପ୍ରଭାବିତ ହୋଇଥିଲେ, ରିପ୍ଲେସ୍ କରାଯିବ। ସେହିପରି ଚଟାଣର ଅନେକ ସ୍ଥାନରେ ମୂଷା ଗାତ ଥିବାରୁ, ସଂପୂର୍ଣ୍ଣ ଚଟାଣର ମଧ୍ୟ ଡିପ୍ଲାଷ୍ଟରିଂ କରାଯାଇ ମରାମତି କରାଯିବ। ଯେଭଳି ଆଗାମୀ ଶହେ ବର୍ଷ ପାଇଁ କୌଣସି ସମସ୍ୟା ନ ରହିବ ତାକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Advertisment

ସମୟ ନିର୍ଘଣ୍ଟ ଅନୁଯାୟୀ, ଦ୍ୱିପ୍ରହର ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ପ୍ରତ୍ୟେହ ଦିନ ପ୍ରାୟ ସାଢ଼େ ୧୨ଟା କିମ୍ବା ଗୋଟାଏରୁ ମରାମତି କାମ ଆରମ୍ଭ ହେବ। ଯାହା ପ୍ରାୟ ୫ ଘଣ୍ଟା ଧରି ଚାଲିବ। ତେଣୁ ମରାମତି କାମ ଯୋଗୁଁ ଶ୍ରୀଜିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଏବଂ ଦର୍ଶନ ଶୃଙ୍ଖଳିତ ରହିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Puri Shreemandir Ratna Bhandar