ଆଦିତ୍ୟ L-1 ମିଶନର ସଫଳତା ପାଇଁ ସୂର୍ଯ୍ୟ ଭଗବାନଙ୍କ ଜନ୍ମକ୍ଷେତ୍ର ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟପୂଜା କରାଯାଉଛି। ଚନ୍ଦ୍ରଭାଗା ସମୁଦ୍ର କୂଳରେ ସାଧୁସନ୍ଥ ଓ ଗାୟତ୍ରୀ ପରିବାରର ସଦସ୍ୟମାନେ ଏହି ପୂଜା କରିଛନ୍ତି।
Also Read
ଚନ୍ଦ୍ରପୃଷ୍ଠରେ ଚାନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ମିଶନ ଆଦିତ୍ୟରେ ଲାଗି ପଡ଼ିଥିଲେ ଇସ୍ରୋ ବୈଜ୍ଞାନିକ। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ୟାଡରୁ ଉତ୍କ୍ଷେପଣ କରାଯାଇଛି ଆଦିତ୍ୟ L-1। ଇସ୍ରୋର ଏହି ମିଶନକୁ ସଫଳ କରିବା ପାଇଁ ସୂର୍ଯ୍ୟ ଭଗବାନଙ୍କ ଜନ୍ମ କ୍ଷେତ୍ର ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ସମୁଦ୍ର କୂଳରେ ସାଧୁସନ୍ଥ ଓ ସ୍ଥାନୀୟ ଗାୟତ୍ରୀ ପରିବାର ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। ଆଜି ସକାଳେ ସୂର୍ଯ୍ୟପୂଜା, ଆଳତୀ, ଅର୍ଘ୍ୟ ପ୍ରଦାନ କରାଯିବା ସହ ସୂର୍ଯ୍ୟ ଉପାସନା କରାଯାଇଥିଲା।
ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଶ୍ରୀମନ୍ଦିରରେ ପିଟାପିଟି ଲାଗିଲେ ଦୁଇ ସେବାୟତ ଗୋଷ୍ଠୀ
ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ ହୋଇଥିଲେ।
Miscellaneous
ଲାଗିଛି ଡୋରି ଯିବି ମୁଁ ପୁରୀ... ପାଦରେ ଚାରି ଧାମ୍ ଯାତ୍ରାରେ ୟୁପି ଯୁବକ
ଅଯୋଧ୍ୟାରୁ କାଶି ବିଶ୍ୱନାଥ ଯାଇଥିଲେ ମିଥିଲେଶ। ବାବାଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୩ ଦିନ ହେଲା ପାଦରେ ଚାଲୁଛନ୍ତି। ପିଠିରେ ଝୁଲୁଥିବା ବ୍ୟାଗରେ ତ୍ରିରଙ୍ଗା ଓ ସନାତନ ପତାକୁ ଉଡାଇ ଚାଲିଛନ୍ତି।
Miscellaneous
IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର
୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୩୬ ନଂ ରାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର। ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର। ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା'ଙ୍କୁ ଓଡ଼ିଶା କ୍ୟାଡର।
Miscellaneous
ମାଲକାନଗିରିରେ ହେବ ସିମେଣ୍ଟ କାରଖାନା, ନିଯୁକ୍ତି ପାଇବେ ୨୦୦୦
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାର ଦକ୍ଷିଣରୁ ଉତ୍ତରକୁ ଯୋଡାଯିବ। ମାଲକାନଗିରି ଶେଷ ସୀମା ମୋଟୁରୁ ମୟୂରଭଞ୍ଜର ତିରିଂ ପର୍ଯ୍ୟନ୍ତ ୬ ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ରେଳ ଲାଇନ୍ ଓ ଏନ୍ଏଚ୍ କାମକୁ ତ୍ୱରାନ୍ୱିତ କରାଯିବ।
Miscellaneous
ସାପ ଧରି ମେଡ଼ିକାଲ୍ରେ ପହଞ୍ଚିଲେ ଚାଷୀ
ଧାନ ଅମର କାମ ଚାଲିଛି। ତେଣୁ ଶୀତୁଆ ସକାଳରେ ବିଲକୁ କାମ କରିବା ପାଇଁ ଯାଇଥିଲେ ପାଖର ପଞ୍ଚାୟତ ସାନ ବିରିପଡା ଗାଁର ଭରତ ବେହେରା। ବିଲରେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଦଂଶନ କରିଥିଲା।