ସୂର୍ଯ୍ୟ ଭଗବାନଙ୍କ ଜନ୍ମକ୍ଷେତ୍ର ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ପୂଜା କଲେ ସାଧୁସନ୍ଥ

ଇସ୍ରୋର ଏହି ମିଶନକୁ ସଫଳ କରିବା ପାଇଁ ସୂର୍ଯ୍ୟ ଭଗବାନଙ୍କ ଜନ୍ମ କ୍ଷେତ୍ର ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ସମୁଦ୍ର କୂଳରେ ସାଧୁସନ୍ଥ ଓ ସ୍ଥାନୀୟ ଗାୟତ୍ରୀ ପରିବାର ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି।

ପୂଜାର୍ଚ୍ଚନା କରୁଛନ୍ତି ସାଧୁସନ୍ଥ

  • Published: Saturday, 02 September 2023
  • , Updated: 02 September 2023, 04:34 PM IST

ଆଦିତ୍ୟ L-1 ମିଶନର ସଫଳତା ପାଇଁ ସୂର୍ଯ୍ୟ ଭଗବାନଙ୍କ ଜନ୍ମକ୍ଷେତ୍ର ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟପୂଜା କରାଯାଉଛି। ଚନ୍ଦ୍ରଭାଗା ସମୁଦ୍ର କୂଳରେ ସାଧୁସନ୍ଥ ଓ ଗାୟତ୍ରୀ ପରିବାରର ସଦସ୍ୟମାନେ ଏହି ପୂଜା କରିଛନ୍ତି।

ଚନ୍ଦ୍ରପୃଷ୍ଠରେ ଚାନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ମିଶନ ଆଦିତ୍ୟରେ ଲାଗି ପଡ଼ିଥିଲେ ଇସ୍ରୋ ବୈଜ୍ଞାନିକ। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ୟାଡରୁ ଉତ୍‌କ୍ଷେପଣ କରାଯାଇଛି ଆଦିତ୍ୟ L-1। ଇସ୍ରୋର ଏହି ମିଶନକୁ ସଫଳ କରିବା ପାଇଁ ସୂର୍ଯ୍ୟ ଭଗବାନଙ୍କ ଜନ୍ମ କ୍ଷେତ୍ର ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ସମୁଦ୍ର କୂଳରେ ସାଧୁସନ୍ଥ ଓ ସ୍ଥାନୀୟ ଗାୟତ୍ରୀ ପରିବାର ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। ଆଜି ସକାଳେ ସୂର୍ଯ୍ୟପୂଜା, ଆଳତୀ, ଅର୍ଘ୍ୟ ପ୍ରଦାନ କରାଯିବା ସହ ସୂର୍ଯ୍ୟ ଉପାସନା କରାଯାଇଥିଲା।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Related story