Advertisment

ପାରାଦୀପରେ ମାଇକ୍‌ରେ ପ୍ରଚାର କରୁଛନ୍ତି ‘ସାଗର ମିତ୍ର’

ଅଶାନ୍ତ ବାଂଲାଦେଶରୁ ଅନୁପ୍ରବେଶକାରୀମାନେ ସମୁଦ୍ର ପଥରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ରହିବାକୁ ମାଇକ୍‌ରେ ପ୍ରଚାର କରୁଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ।

author-image
Manoranjan Sial
ଅଦ୍ୟତନ ହୋଇଛି
Paradeep

Paradeep

ପାରାଦୀପରେ ମାଇକ୍‌ରେ ପ୍ରଚାର କଲେ ‘ସାଗର ମିତ୍ର’। ମାଛଧରା ବନ୍ଦର, ସାହି ଓ ବଜାରରେ ଆଜି ଘନଘନ ପ୍ରଚାର କରାଯାଉଛି। କୂଳରେ ବା ସମୁଦ୍ର ଭିତରେ କୌଣସି ସନ୍ଦିଗ୍ଧଙ୍କୁ ଦେଖିଲେ ମେରାଇନ୍ ଥାନା କିମ୍ୱା କୋଷ୍ଟଗାର୍ଡଙ୍କୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି। ବାଂଲାଦେଶୀ ଅନୁପ୍ରବେଶକୁ ଲକ୍ଷ୍ୟକରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ସାଗର ମିତ୍ରଙ୍କ ମାଧ୍ୟମରେ ଅଞ୍ଚଳବାସୀଙ୍କ ଏମିତି ଢଙ୍କରେ ସଚେତନତା କରାଯାଉଛି।

Advertisment

ଅଶାନ୍ତ ବାଂଲାଦେଶରୁ ଅନୁପ୍ରବେଶକାରୀମାନେ ସମୁଦ୍ର ପଥରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ରହିବାକୁ ମାଇକ୍‌ରେ ପ୍ରଚାର କରୁଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ। ପାରାଦୀପର ମାଛଧରା ବନ୍ଦର ସମେତ ଷଣ୍ଢକୁଦ, ନୂଆବଜାର, ଅଠରବାଙ୍କି, ବାଲିପ୍ଲଟ, ଚୌମୁହାଣି ଆଦି ଅଞ୍ଚଳରେ ସାଗର ମିତ୍ରମାନେ ପହଞ୍ଚି ମତ୍ସ୍ୟଜୀବୀଙ୍କୁ ସତର୍କ କରାଉଛନ୍ତି।

ଗଭୀର ସମୁଦ୍ରରେ କୌଣସି ସନ୍ଦେହଜନକ ବୋଟ୍‌ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ମେରାଇନ ଥାନା ପୁଲିସ ନଚେତ କୋଷ୍ଟଗାର୍ଡକୁ ଜଣାଇବା ପାଇଁ କୁହାଯାଇଛି। ପାରାଦୀପର ବିଭିନ୍ନ ବସ୍ତିରେ ବେଙ୍ଗଲି ଭାଷାଭାଷୀ ମତ୍ସ୍ୟଜୀବୀ ଓ ସଂଖ୍ୟାଧିକ ବାଂଲାଦେଶୀ ପୂର୍ବରୁ ରହି ଆସୁଛନ୍ତି। ତେଣୁ ମତ୍ସ୍ୟଜୀବୀଙ୍କ ବେଶରେ ସମୁଦ୍ର ପଥଦେଇ ଅନୁପ୍ରବେଶକାରୀ ଆସିପାରନ୍ତି ବୋଲି ଆଶଙ୍କା କରାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି।

Advertisment

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Paradip