Advertisment

ଜମି ପଟ୍ଟା ଦିଅ…, ବସ୍ତି ବାସିନ୍ଦା-ପୁଲିସ ଧସ୍ତାଧସ୍ତି

ଜଙ୍ଗଲ ଜମି କହି ସାଲିଆ ସାହି ମଧ୍ୟରେ ୨ଶହ ଫୁଟିଆ ରାସ୍ତା ତିଆରିକୁ ମଧ୍ୟ ବିରୋଧ କରୁଛନ୍ତି ବସ୍ତି ବାସିନ୍ଦା।

SaliaSahi Protest

SaliaSahi Protest

Advertisment

ରାଜସ୍ୱ ଜମି ପଟ୍ଟା ପ୍ରଦାନ ଦାବିରେ ଭୁବନେଶ୍ୱର ସାଲିଆ ସାହିର ତେଜିଲା ଆନ୍ଦୋଳନ। ବିଧାନସଭା ଘେରାଉ ପାଇଁ ବିଶାଳ ରାଲି ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସାଲିଆ ସାହି ବସ୍ତି ବାସିନ୍ଦା। ୬ଶହ ବର୍ଗଫୁଟ ଜଙ୍ଗଲ ଜମିର ରାଜସ୍ୱ ଜମି ପଟ୍ଟା ପ୍ରଦାନ ଦାବିରେ ଚାଲିଛି ଆନ୍ଦୋଳନ।

Advertisment

ରାଜଧାନୀର ସମସ୍ତ ବସ୍ତିକୁ ସର୍ଭେ କରାଜାଇ ଜମି ପଟ୍ଟା ପ୍ରଦାନ କରାଯାଉଥିବା ବେଳେ ସାଲିଆସାହିକୁ ସର୍ଭେରୁ ବାଦ୍ ଦିଆଯାଇଛି। ଏହାକୁ ସେମାନେ ପ୍ରତିବାଦ କରିଛନ୍ତି। ଜଙ୍ଗଲ ଜମି କହି ସାଲିଆ ସାହି ମଧ୍ୟରେ ୨ଶହ ଫୁଟିଆ ରାସ୍ତା ତିଆରିକୁ ମଧ୍ୟ ବିରୋଧ କରୁଛନ୍ତି ବସ୍ତି ବାସିନ୍ଦା। ବସ୍ତି ଭିତରେ ୨ଶହ ଫୁଟର ରାସ୍ତା ନାମରେ ସର୍ଭେ କରାଯାଇ ବସ୍ତି ବାସିନ୍ଦାଙ୍କୁ ଟ୍ରାଂଜିଟ କ୍ୟାମ୍ପକୁ ଠେଲି ଦେବାକୁ ଚକ୍ରାନ୍ତ କରଯାଇଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା।

ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ୍ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି ଲୋକେ। ଫଳରେ ଜୟଦେବ ବିହାର-ଏକାମ୍ର କାନନ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଛି। ବ୍ୟାପକ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି।

Advertisment
Saliasahi Odisha Police Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe