/odisha-reporter/media/post_attachments/uploadimage/library/16_9/16_9_0/IMAGE_1706617541.jpg)
IAS officers
ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ସମର୍ଥ ବର୍ମା। ପୂର୍ବରୁ ସେ ପୁରୀ ଜିଲ୍ଲାପାଳ ଥିଲେ। ୮ ଦିନ ତଳେ ତାଙ୍କୁ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରସାଶକ ଭାବେ ବଦଳି କରାଯାଇଥିଲା। ଅନ୍ୟପକ୍ଷରେ ପୁରୀ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବିଜୟ କୁମାର ଦାଶ। ନୂଆ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଉଭୟ ଆଇଏଏସ୍ ଅଫିସର ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।
ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ଵ ଗ୍ରହଣ କରିବା ପରେ ସମର୍ଥ ବର୍ମା କହିଛନ୍ତି, ଶ୍ରୀମନ୍ଦିରର ପରିଚାଳନାରେ ସେବକଙ୍କ ସହଯୋଗ ନେଇ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସହିତ ଶ୍ରୀମାର୍ଗ ଓ ଶ୍ରୀସେତୁ କାମ ଶେଷ ହୋଇଛି। ଭକ୍ତଙ୍କ ପାଇଁ ବହୁ ସୁବିଧା ହେବ।
ସେହିପରି ପୁରୀର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରି ବିଜୟ କୁମାର ଦାଶ କହିଛନ୍ତି ଯେ, ଜିଲ୍ଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା କିଭଳି ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ସେ କାର୍ଯ୍ୟ କରିବେ। ପୁରୀ ସହରରେ ୪୦୦୦ କୋଟିରୁ ଅଧିକ ଟଙ୍କାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି। ଧାର୍ଯ୍ୟ ସମୟରେ କିଭଳି ଏ ସମସ୍ତ କାର୍ଯ୍ୟ ଶେଷ ହେବ ସେ ନେଇ ସେ ଗୁରୁତ୍ଵ ଦେବେ। ପୁରୀ ଜିଲ୍ଲାର ୧୧ଟି ବ୍ଲକ୍ ଓ ପୁରୀ ସହରରେ ଜନସାଧାରଣଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ଶୁଣାଣି ନିୟମିତ କରିବେ । ଆଗକୁ ସାଧାରଣ ନିର୍ବାଚନ ଓ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା ଦୁଇଟି ପ୍ରମୁଖ ଓ ଗୁରୁ ଦାୟିତ୍ଵ ରହିଛି। ନିର୍ବାଚନ କମିଶନରଙ୍କ ନିୟମ କାନୁନ୍ ଓ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ କିଭଳି ଶୃଙ୍ଖଳିତ ଓ ସୁରୁଖୁରୁରେ ଶେଷ ହେବା ନେଇ କାର୍ଯ୍ୟ କରିବେ। ନିର୍ବାଚନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଏକ ବଡ଼ ଚାଲେଞ୍ଜ ହେବ।
ପୁରୀରେ ଜିଲ୍ଲାପାଳ ଭାବେ ଯୋଗ ଦେବା ପୂର୍ବରୁ ବିଜୟ କୁମାର ଦାଶ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଙ୍କ ସଚିବ ଭାବେ କାର୍ଯ୍ୟରତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
