Advertisment

ରତ୍ନଭଣ୍ଡାର ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଲେ ସୁଦର୍ଶନ

ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡ଼ାଇ ଯିବା ସନ୍ଦେହ ସୃଷ୍ଟି କରୁଛି।

Sudarsan Pattnaik

Sudarsan Pattnaik

Advertisment

ରତ୍ନ ଭଣ୍ଡାର ପ୍ରସଙ୍ଗରେ ପୁଣି ଅସନ୍ତୋଷ ପ୍ରକାଶ କଲେ ପରିଚାଳନା କମିଟି ସଦସ୍ୟ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ରତ୍ନଭଣ୍ଡାରକୁ ଖୋଲାଇ ନଦେବାକୁ ପୂର୍ବରୁ ଯୋଜନା ହୋଇଛି ବୋଲି ମୋର ସନ୍ଦେହ ରହିଛି ବୋଲି କହିଛନ୍ତି ସୁଦର୍ଶନ। ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡ଼ାଇ ଯିବା ସନ୍ଦେହ ସୃଷ୍ଟି କରୁଛି।

Advertisment

ନୂଆ ସରକାର ଚାରି ଦ୍ବାର ଖୋଲିବା ନିଷ୍ପତ୍ତି ନେଲେ। ରତ୍ନଭଣ୍ଡାର ଖୋଲିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ବିଷୟରେ ଆଲୋଚନା କରି ସରକାରଙ୍କୁ ସହଯୋଗ କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ବ ଦେଉନାହାନ୍ତି।

ରତ୍ନ ସିଂହାସନ ମରାମତି ପାଇଁ ଶ୍ରୀବିଗ୍ରହକୁ ଅସ୍ଥାୟୀ ସିଂହାସନକୁ ଆଣି ମରାମତି କାର୍ଯ୍ୟ କରାଯାଇଥିଲା। କିନ୍ତୁ ରତ୍ନ ଭଣ୍ଡାରକୁ କେବଳ ରଥଯାତ୍ରା ସମୟରେ ଖୋଲାଯିବା କଥା କହିବା କାରଣ କ'ଣ ଜଣା ପଡୁନାହିଁ। ତେବେ ୨୦୧୮ରେ ରତ୍ନ ଭଣ୍ଡାର ଖୋଲିବାକୁ ଯାଇଥିବା ପ୍ରାଧିକୃତ କମିଟି ରିପୋର୍ଟ ଓ ୨୦୨୩ରେ ଲେଜର୍ ସ୍କାନିଂ ରିପୋର୍ଟରେ ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବା ସ୍ପଷ୍ଟ ହୋଇଥିବା ବେଳେ ପରିଚାଳନା କମିଟି କିନ୍ତୁ ଏ ବାବଦରେ ମୁହଁ ନ ଖୋଲିବା ଦୁର୍ଭାଗ୍ୟ ଜନକ କହିଛନ୍ତି ସୁଦର୍ଶନ।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe