ଚର୍ଚ୍ଚାରେ ଉପସ୍ଥାପିକା: ଭୁଲ ମାନିଲେ, ପରେ ଭିଡିଓ ଡିଲିଟ୍ କଲେ

କାନ୍ତକବିଙ୍କୁ କଣ୍ଠକବି କହି ପ୍ରଥମେ ଭୁଲ୍ କଲେ ଉପସ୍ଥାପିକା ସଂହତି ପାଣି। ସମାଲୋଚିତ ହେବା ପରେ ସୋଶାଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ଭୁଲ ସ୍ୱୀକାର କଲେ। କିନ୍ତୁ ପରେ ସେହି ପୋଷ୍ଟକୁ ସେ ଡିଲିଟ୍ କରି ଦେଇଥିବା ଚର୍ଚ୍ଚା ହେଉଛି।

Sanhati Pani PhotoOR

ସଂହତି ପାଣି

Biswajit Samal
  • Published: Monday, 05 February 2024
  • Updated: 05 February 2024, 08:38 PM IST

Sports

Latest News

କାନ୍ତକବିଙ୍କୁ କଣ୍ଠକବି କହି ପ୍ରଥମେ ଭୁଲ୍ କଲେ ଉପସ୍ଥାପିକା ସଂହତି ପାଣି। ସମାଲୋଚିତ ହେବା ପରେ ସୋଶାଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ଭୁଲ ସ୍ୱୀକାର କଲେ। କିନ୍ତୁ ପରେ ସେହି ପୋଷ୍ଟକୁ ସେ ଡିଲିଟ୍ କରି ଦେଇଥିବା ଚର୍ଚ୍ଚା ହେଉଛି। ଏବେ ଆଉ ସେହି ପୋଷ୍ଟ ସୋଶାଲ୍ ମିଡିଆରେ ନାହିଁ।

ଗତ ୩ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ସମ୍ମିଳନୀର ଶୁଭାରମ୍ଭ ବେଳେ ‘ବନ୍ଦେ ଉତ୍କଳ ଜନନୀ ଗାନ’ ପୂର୍ବରୁ ଉପସ୍ଥାପିକା ସଂହତି ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର ‘କଣ୍ଠକବି’ ବୋଲି ଉଚ୍ଚାରଣ କରିଥିଲେ। ଏହାକୁ ବିଭିନ୍ନ ବର୍ଗର ଲୋକେ ତୀବ୍ର ସମାଲୋଚନା କରିବା ପରେ ଉପସ୍ଥାପିକା ସଂହତି ପାଣି ଏହାକୁ ‘ସ୍ଲିପ୍ ଅଫ୍ ଟଙ୍ଗ୍’ ବୋଲି କହିବା ସହ ଭୁଲ ସ୍ୱୀକାର କରି ସୋଶାଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏବେ ଆଉ ସେହି ପୋଷ୍ଟ ଦେଖିବାକୁ ମିଳୁନାହିଁ। ତେବେ ସେ ଉକ୍ତ ପୋଷ୍ଟକୁ କାହିଁକି ଡିଲିଟ୍ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି। କିନ୍ତୁ ଏନେଇ ସଂହତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Also Read

ସୋଶାଲ୍ ମିଡିଆରେ ପୋଷ୍ଟ କରିଥିବା ଭିଡିଓରେ ସେ କ’ଣ କହିଥିଲେ ପଢନ୍ତୁ।

ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହୋଇଥିଲା। ତା’ର ଉଦଘାଟନ ସମାରୋହରେ ମୁଁ ଓଡ଼ିଶା ସରକାରଙ୍କ ତରଫରୁ ମାଷ୍ଟର ଅଫ୍ ସେରିମନି ଥିଲି। ଉଦଘାଟନ ସମାରହ ବେଳେ ମୁଁ ଭୁଲରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠକବି ବୋଲି କହିଦେଇ ଥିଲି। ଏଇଟା ଗୋଟେ ସ୍ଲିପ୍ ଅଫ ଟଙ୍ଗ୍ ଆଉ କୌଣସି ଉଦ୍ଦେଶ୍ୟ ନଥିଲା। ସେଥିପାଇଁ ମୁଁ ମୋର ଭୁଲଟାକୁ ବିନମ୍ର ଭାବରେ ସ୍ୱୀକାର କରୁଛି ଆଉ ମାନୁଛି। ଆଉ ସେଥିପାଇଁ ମୋର ମନଟାବି ବହୁତ କଷ୍ଟ ଅଛି। ଦୀର୍ଘ ୨୦ ବର୍ଷ ଧରି ମୁଁ ଉପସ୍ଥାନନା କାରୁଛି। ସେଥିରେ ପ୍ରାଇମିନିଷ୍ଟର, ପ୍ରେଶିଡେଣ୍ଟ ଅଫ୍ ଇଣ୍ଡିଆ ଆଉ ଆମର ଆଦରଣୀୟ ମୁଖ୍ୟମନ୍ତ୍ରୀଙ୍କର ପୋଗ୍ରାମ ରହିଛି…। ଆଉ ଆଜି ଯାଏ ଏହି ସ୍ଲିପ୍ ଅଫ ଟଙ୍ଗ୍ କେବେବି ହୋଇନାହିଁ। ଯେବେ ଆମେ ବହୁତ ବଡ଼ ମଞ୍ଚଉପରେ ଆଉ ହଜାର ହଜାର ଲୋକଙ୍କ ଆଗରେ ଉପସ୍ଥାପନା କରୁ, ଠିଆ ହୋଇ କଥା ହଉ ବ୍ୟାକ ଷ୍ଟେଜ୍‌ରେ ଆମ ଉପରେ ବହୁତ ପ୍ରେସର ରୁହେ। …. ଗୋଟେ ସ୍ଲିପ୍ ଅଫ ଟଙ୍ଗ୍ କେବେ କେବେ ହୋଇଯାଏ। ଓଡ଼ିଶା ସରକାର ଆଉ ତାଙ୍କର ପୁରା ଟିମ୍‌ ଦିନ ରାତି ଧରି ତାଙ୍କର ସମୟ ଆଉ ବଳ ଲଗାଇ ଏହି ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜି କରୁଛନ୍ତି। ଆଉ ପ୍ରତ୍ୟେକ ଥର ଚେଷ୍ଟା କରୁଛନ୍ତି ଓଡ଼ିଶାର ଇମେଜ୍ ଆଉ ଓଡ଼ିଶାର ସଂସ୍କୃତି ଆଉ ଭାଷା ପୂରା ଦେଶ ଆଉ ବିଦେଶରେ ଲୋକପ୍ରିୟତା ଆଉ ସମ୍ମାନ ପାଉ। ଯେତେବେଳେ ଗୋଟେ ସ୍ଲିପ୍ ଅଫ ଟଙ୍ଗ୍ ନେଇକି ଟ୍ରୋଲି କରାଯାଉଛି ଆଉ ତାଚ୍ଛଲ୍ୟ କରାଯାଉଛି, ଏଇ ପୂରା ଚେଷ୍ଟା ଉପରେ ପାଣି ପଡ଼ିଯାଛି। ଆଉ ଗୋଟିଏ ନେଗେଟିଭ୍ ଇମ୍ପାକ୍ଟ ଆମ ଓଡ଼ିଶା ଉପରେ ପଡ଼ୁଛି। ସେଥିପାଇଁ ମୁଁ ଆପଣ ସମସ୍ତଙ୍କୁ ବିନମ୍ର ଭାବରେ ନିବେଦନ କରୁଛି କି, ଆପଣ ଓଡ଼ିଆ ଲୋକଙ୍କ ସାଙ୍ଗରେ ସମର୍ଥନ ରଖନ୍ତୁ। ଜଣ ଜଣଙ୍କ ସାଙ୍ଗରେ ଯୋଡ଼ି ରୁହନ୍ତୁ। କାହିଁକିନା ଯଦି ଭାଷା ଯୋଡ଼େ ତା’ହେଲେ ଭାଷା ଅଲଗା ବି କରେ। ସେଥିପାଇଁ ମୁଁ ଚାହୁଁଛି ଆପଣ ସମସ୍ତେ ମିଶିକି ଏଟାକୁ ସପୋର୍ଟ କରନ୍ତୁ। ଆଉ ଓଡ଼ିଆ ଭାଷା ସମ୍ମିଳନୀ ଆଉ ଆମ ଓଡ଼ିଆ ଭାଷାକୁ ଗୋଟେ ବହୁତ ଭଲ ସମ୍ମାନ ଆଉ ଲୋକପ୍ରିୟତା ଦେଶ ବିଦେଶରେ ପହଞ୍ଚାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story