ସଞ୍ଜୟ କୌଶଲ ହେଲେ କେନ୍ଦ୍ରାଂଚଳ ଆଇଜି, ଖୁବଶୀଘ୍ର ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନୂଆ ଏସପି

ନିର୍ବାଚନ କମିଶନ ଚଳିତ ମାସ ୨ତାରିଖରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

Sanjay Kaushal

ସଞ୍ଜୟ କୁମାର କୌଶଲ

Ordigital Desk
  • Published: Friday, 05 April 2024
  • Updated: 05 April 2024, 06:41 PM IST

Sports

Latest News

ଜାତୀୟ ନିର୍ବାଚନ କମିଶନ ରାଜ୍ୟର ୮ଜଣ ସର୍ବଭାରତୀୟ ଅଫିସରଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ନୂତନ ନିଯୁକ୍ତି ହୋଇଛି । ତେବେ ନିର୍ବାଚନ କମିଶନ ଖୋର୍ଦ୍ଧା ଓ ବ୍ରହ୍ମପୁର ପୁଲିସ ଏସପିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ନୂଆ ନିଯୁକ୍ତି ସମ୍ଭବପର ହୋଇପାରିନି । ଅବଶ୍ୟ ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ କୁମାର ସିଂଙ୍କ ବଦଳରେ ୨୦୦୩ ବ୍ୟାଚର ସଞ୍ଜୟ କୁମାର କୌଶଲଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ଆଜି ଅବସ୍ଥାପିତ କରାଯାଇଛି । କଟକ ଓ ଜଗତସିଂହପୁର ଜିଲ୍ଲାରେ ଦୁଇ ନୂଆ ଜିଲ୍ଲାପାଳଙ୍କ ସମେତ ରାଉରକେଲା ଓ ଅନୁଗୁଳରେ ନୂଆ ପୁଲିସ ଏସପି ଏବଂ କଟକରେ ନୂଆ ଡିସିପିଙ୍କୁ ଆଜି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read

ନିର୍ବାଚନ କମିଶନ ଚଳିତ ମାସ ୨ତାରିଖରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ଯେଉଁସବୁ ଦାୟିତ୍ୱରେ ଅଛନ୍ତି ସେହି ପଦବୀ ନିମନ୍ତେ ୩ଜଣିଆ ଅଫିସରଙ୍କ ପ୍ୟାନେଲ ପଠାଇବାକୁ କହିଥିଲେ । ରାଜ୍ୟ ସରକାର ୩ତାରିଖରେ ଏହି ପ୍ୟାନେଲ ପଠାଇବା ପରେ ନିର୍ବାଚନ କମିଶନଙ୍କ ଦ୍ୱାରା କେନ୍ଦ୍ରାଂଚଳ ଆଇଜି ଭାବେ ଆଶୀଷ ସିଂଙ୍କ ସ୍ଥାନରେ ସଞ୍ଜୟ କୌଶଲଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ରାଉରକେଲା ଏସପି ଭାବେ ବ୍ରଜେଶ କୁମାର ରାଏ, ଅନୁଗୁଳ ଏସପି ଭାବେ ଉମାଶଙ୍କର ଦାଶ ଓ କଟକ ଡିସିପି ଭାବେ ପ୍ରକାଶ ଆରଙ୍କୁ ନିଯୁକ୍ତି ମିଳିଛି । ସେମାନଙ୍କୁ ତୁରନ୍ତ ନିଜ ନୂଆ ଦାୟିତ୍ୱ ସମ୍ଭାଳିବାକୁ କୁହାଯାଇଛି । ଏସପି ଭାବେ ନିଯୁକ୍ତି ପାଇଥିବା ଉପରୋକ୍ତ ୩ଜଣ ଆଇପିଏସ୍ ଅଫିସର ଏବେ ଡିଆଇଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି । ନିର୍ବାଚନ କାର୍ଯ୍ୟରୁ ବିରତ କରିଥିବା ଏହି ଆଇପିଏସ୍ ଅଫିସରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ସରକାର ବଦଳି କରିଛନ୍ତି ।

ତେବେ କମିଶନ ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ ଓ ବ୍ରହ୍ମପୁର ଏସପି ସର୍ଭଣା ବିବେକ୍ ଏମଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେଠାରେ ଏପର୍ଯ୍ୟନ୍ତ ନୂଆ ନିଯୁକ୍ତି ହୋଇପାରିନି ।ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କ ସ୍ଥାନରେ ଓସେପ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ୍ ଅନୁପମ ଶାହ ଓ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜଙ୍କ ବଦଳରେ ପଂଚାୟତିରାଜ ବିଭାଗ ନିର୍ଦ୍ଦେଶକ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ସୂଚନାଯୋଗ୍ୟ, ଏହି ୮ଜଣ ସର୍ବଭାରତୀୟ ଅଫିସରମାନଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ କମିଶନ ନିର୍ଦ୍ଦେଶ ଦେବାପରେ ସମ୍ପୃକ୍ତ ଅଫିସରମାନଙ୍କ ବିଶ୍ୱସନୀୟତା ଏବେ ସଙ୍କଟରେ ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story