Advertisment

ଆଦିବାସୀଙ୍କ ପାଇଁ ଖୁସି ଖବର, ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି

ଆମେ ମୁଖ୍ୟତଃ ଫୋନ୍, ୱେବ୍, ଇଣ୍ଟରନେଟ୍ ଆଦିରେ ଓଡ଼ିଆ,ହିନ୍ଦୀ, ଇଂରାଜୀ, ସ୍ପେନ ଆଦି ଭାଷା ବ୍ୟବହାର କରିଥାଉ। ମାତ୍ର ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।

author-image
Niharika Rout
Santali Lipi

Santali Lipi

ଆଜିକାଲିର ଡିଜିଟାଲ ଯୁଗରେ ସମସ୍ତେ ମୋବାଇଲ ଫୋନ୍, ଇଣ୍ଟରନେଟ ବ୍ୟବହାରରେ ଅଭ୍ୟସ୍ତ ଥିବା ବେଳେ ବିଭିନ୍ନ ଭାଷା ଉବଲବ୍ଧ ରହୁଛି। ଆମେ ମୁଖ୍ୟତଃ ଫୋନ୍, ୱେବ୍, କମ୍ପ୍ୟୁଟର ଆଦିରେ ଓଡ଼ିଆ,ହିନ୍ଦୀ, ଇଂରାଜୀ, ସ୍ପେନ ଆଦି ଭାଷା ବ୍ୟବହାର କରିଥାଉ। ମାତ୍ର ଆଦିବାସୀମାନେ ନିଜ ଭାବନା ପରିପ୍ରକାଶ କରିବା ନିମନ୍ତେ ସାନ୍ତାଳୀ ଭାଷାର ବ୍ୟବହାର କରିଥାନ୍ତି। ଡିଜିଟାଲ ପ୍ଲାଟଫର୍ମରେ ଏହି ଭାଷା ଉପଲବ୍ଧ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଆଦିବାସୀ ସମ୍ପ୍ରଦାୟ ଲୋକେ।

Advertisment

ମାତ୍ର ଆଦିବାସୀଙ୍କ ଏହି ସମସ୍ୟାର ସମାଧାନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ " ଓଡ଼ିଶା ଭର୍ଚୁଆଲ ଏକାଡେମୀ " ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ହୋଇଥିବା ନୂଆ ପ୍ରୟାସ ସଫଳ ହୋଇଛି। ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।

ଏହାଦ୍ୱାରା ଆଦିବାସୀ ଭାଇଭଉଣୀ ଅତି ସହଜରେ ନିଜ ଭାଷା ପ୍ରୟୋଗ କରି ଡିଜିଟାଲ ପ୍ଲାଟଫର୍ମରେ ନିଜର ଭାବନାକୁ ପରିପ୍ରକାଶ କରିପାରିବେ।  ଏଥିଯୋଗୁ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। 

Advertisment

ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ହେଉଥିବା ଆଦିବାସୀ ମେଳା - ୨୦୨୫ରେ ଏହାର କିଛି ଝଲକ ଦେଖିବାକୁ ମିଳିଛି। । ଏହି ମେଳାରେ ଚଳିତ ବର୍ଷ ନୂଆ କିଛି ଝଲକ ଦେଖିବାକୁ ମିଳିଛି। ବିଶେଷକରି ମୁଖ୍ୟ ଗେଟ୍ ଦେଇ ପ୍ରବେଶ କଲେ ଡାହାଣ ପଟରେ ପାଇବେ ଭଗବାନ ବିର୍ସା ମୁଣ୍ଡା ପାଭିଲିଆନ ଏବଂ ସେଠାରେ ପ୍ରଥମ ଥର ଲାଗି ଡିଜିଟାଲ ମିଡିଆରେ ସାନ୍ତାଳୀ ଲିପିକୁ ଡିସପ୍ଲେ କରାଯାଇଛି। ଆଦିବାସୀଙ୍କ ସଂସ୍କୃତି, ଚାଲିଚଳନୀ ଜାଣିବାକୁ ଆସୁଥିବା ଲୋକେ ଏହି ପାଭିଲିଆନ ବୁଲିବାକୁ ଭୁଲୁ ନାହାନ୍ତି।

Bhubaneswar