Advertisment

ମା’ ଶିଖରଚଣ୍ଡୀ ପାହାଡ଼ର ସୁରକ୍ଷା ପାଇଁ ଆରମ୍ଭ ହେଲା ସହଭାଗୀତା ସଂଗ୍ରାମ

ଅଞ୍ଚଳବାସୀଙ୍କୁ ମାଆଙ୍କ ପାହାଡ଼ ସହ ପାଇକମାନଙ୍କ ଅସ୍ମିତାକୁ ବଞ୍ଚେଇବା ପାଇଁ ଏବେ ଜଣସମ୍ପର୍କ ଯାତ୍ରା ଆଜିଠାରୁ ଆଞ୍ଚଳିକ ସମିତି ତରଫରୁ ଆରମ୍ଭ କରାଯାଇଛି। ଏତେ ବଡ଼ ପାହାଡ଼ କାଟିବା ପାଇଁ ଜଙ୍ଗଲ ବିଭାଗ ମଧ୍ୟ ଅନୁମତି ମଗାଯାଇ ନାହିଁ।

ଅଦ୍ୟତନ ହୋଇଛି
Shikharachandi Hill

Shikharachandi Hill

Advertisment

ଆଜିଠାରୁ ଶିଖରଚଣ୍ଡୀ ପାହାଡ଼କୁ ବଞ୍ଚେଇବାକୁ ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ଗାଁର ପ୍ରତି ଘରୁ ମୁଠି ଚାଉଳ ସହ ସହଭାଗୀତା ସଂଗ୍ରାମ ପାଇଁ ଅଭିଯାନ ଆରମ୍ଭ କରାଯାଇଛି। ମାଆ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଏହି ଅଭିଯାନ କରାଯାଉଛି।

Advertisment

ସମିତି ପକ୍ଷରୁ କୁହାଯାଇଛି, ଶିଖରଚଣ୍ଡୀ ହେଉଛି ଆମ ଅଞ୍ଚଳର ବରୁଣେଇ ପରି ପାଇକଙ୍କ ସମରଭ୍ୟାସ ପୀଠ। ସେଠାରୁ ମାଆଙ୍କ ଆଶୀର୍ବାଦ ନେଇ ବ୍ରିଟିଶ ବିରୋଧରେ ଲଢେଇ କରାଯାଉଥିଲା। ତେଣୁ ସେହି ଭଳି ଏକ ଐତିହାସିକ ପୀଠର ଅସ୍ମିତାକୁ ବିନା କୌଣସି ପଲ୍ଲୀ ସଭା ବା ଜନ ଶୁଣାଣିରେ ପାହାଡ଼କୁ ଖଣ୍ଡ ଖଣ୍ଡ କରିବାକୁ ଯୋଜନା ଚାଲିଛି। ଏହା ଆମ ପାଇକଙ୍କ ଛାତିକୁ କୁଠାରଘାତ। ସରକାର ଜାଣିଶୁଣି ପାଇକଙ୍କ ସମସ୍ତ ସ୍ମୃତିପୀଠକୁ ନଷ୍ଟ କରିଦେବାକୁ ଚାହୁଛନ୍ତି।

ଅଞ୍ଚଳବାସୀଙ୍କୁ ମାଆଙ୍କ ପାହାଡ଼ ସହ ପାଇକମାନଙ୍କ ଅସ୍ମିତାକୁ ବଞ୍ଚେଇବା ପାଇଁ ଏବେ ଜଣସମ୍ପର୍କ ଯାତ୍ରା ଆଜିଠାରୁ ଆଞ୍ଚଳିକ ସମିତି ତରଫରୁ ଆରମ୍ଭ କରାଯାଇଛି। ଏତେ ବଡ଼ ପାହାଡ଼ କାଟିବା ପାଇଁ ଜଙ୍ଗଲ ବିଭାଗ ମଧ୍ୟ ଅନୁମତି ମଗାଯାଇ ନାହିଁ। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ସମସ୍ତେ ମିଳିମିଶି ମାଆଙ୍କ ୨୫୦ ଏକର ଜମିକୁ ହଡପ୍‌ କରିଛନ୍ତି ଓ ଏହାକୁ ବିକ୍ରି କରିଦେଇଛନ୍ତି। ଆଗକୁ ଅଞ୍ଚଳବାସୀ ମହାସଂଗ୍ରମ ପାଇଁ ପ୍ରସ୍ତୁତି ସହ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପାଇକମାନେ ଏକ ହୋଇ ଆଗକୁ ଆସିବେ ଓ ସରକାର ଚାଂଚକତା କରି ନେଇଥିବା ମାଆଙ୍କ ଜମିକୁ ମାଆଙ୍କ ନାଁରେ କରାଯାଇ ପାଣି ଟାଙ୍କିକୁ ଆଉ କୌଣସି ଜଗାକୁ ସ୍ଥାନତାର କରିବାକୁ ବାଧ୍ୟ ହେବେ।

Advertisment
Bhubaneswar Bhubaneswar News Shikharachandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe