Advertisment

ATMରୁ ଟଙ୍କା ଉଠାଉଥିଲେ ସାବଧାନ; ଆକାଉଣ୍ଟରୁ କଟୁଛି ଅଧିକ, ବାହାରୁଛି କମ୍

ଗତକାଲି ଅପରାହ୍ନ ଠାରୁ ATMରେ ଏଭଳି କମ ଟଙ୍କା ଆସୁଥିଲେ ବି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
ATM

ATM

ATMରୁ ଟଙ୍କା ଉଠାଉଥିଲେ ସାବଧାନ। ଆପଣ ଯେତିକି ଟଙ୍କା ଉଠାଉବାକୁ ମେସିନରେ ବଟନ୍ ଦବାଉଛନ୍ତି, ତା’ଠାରୁ କମ୍ ଟଙ୍କା ଆସୁଥିବା ଅଭିଯୋଗ ଆସିଛି। ଭୁବନେଶ୍ୱର ପ୍ରଶାନ୍ତି ବିହାର ଷ୍ଟେଟ ବ୍ୟାଙ୍କ ATMରେ ଏଭଳି କମ୍ ଟଙ୍କା ଆସିଥିବା ଉପଭୋକ୍ତାମାନେ ଅଭିଯୋଗ ଆଣିଛନ୍ତି।

Advertisment

ଗତକାଲି ଅପରାହ୍ନ ଠାରୁ ATMରେ ଏଭଳି କମ ଟଙ୍କା ଆସୁଥିଲେ ବି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ୩ ହଜାର ଟଙ୍କା ଉଠାଇ ଜଣେ ଉପଭୋକ୍ତା ୨୯୦୦ ଟଙ୍କା ପାଇଥିବା ବେଳେ ୫୨୦୦ ଟଙ୍କା ଉଠାଇ ଜଣେ ଉପଭୋକ୍ତା ୫୦୦୦ ଟଙ୍କା ପାଇଛନ୍ତି ।

ଅନ୍ୟପକ୍ଷରେ SBI କର୍ତ୍ତୃପକ୍ଷ କହିଛନ୍ତି, ଏନେଇ କୌଣସି ଅଭିଯୋଗ ଆସିନଥିଲା। ଗଣମାଧ୍ୟମରୁ ଏହି ଖବର ଜାଣିବାକୁ ପାଇଲୁ।  ତୁରନ୍ତ ATMକୁ ଅଚଳ କରିଦିଆଯିବ। 

Advertisment

ଜଣେ ଅଭିଯୋଗକାରୀ କହିଛନ୍ତି, ଆମେ ଯେତିକି ଟଙ୍କା ATMରୁ ଉଠାଇବାକୁ ବଟନ୍ ଦବାଉଛି, ସେତିକି ଟଙ୍କା ଉଠୁ ନାହିଁ। ଯଦି ଆମେ ୩୦୦୦ ଟଙ୍କା ଉଠାଉଛୁ, ତାହାହେଲେ ୨୯୦୦ ଟଙ୍କା ଆସୁଛି। କିନ୍ତୁ ଆକାଉଣ୍ଟରୁ ୩୦୦୦ ଟଙ୍କା କଟିଯାଉଛି।

ଆଉ ଜଣେ  ଅଭିଯୋଗକାରୀ କହିଛନ୍ତି, ମୁଁ ୫୨୦୦ ଟଙ୍କା ATM ଉଠାଇବା ପାଇଁ ବଟନ୍ ଦବାଇଥିଲି। ହେଲେ ATMରୁ ୫୦୦୦ ଟଙ୍କା ଆସିଥିଲା। ଆଉ ୨୦୦ ଟଙ୍କା ଆସିନଥିଲା। ଏପରି ସମସ୍ୟା ଗତକାଲିଠୁ ଦେଖାଦେଇଛି।

Bhubaneswar