ଇଲେକ୍ଟୋରାଲ ବଣ୍ଡ ମାମଲା; SBIକୁ ସୁପ୍ରିମକୋର୍ଟଙ୍କ ଝଟକା

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଏଭଳି କିଛି ପ୍ରଶ୍ନ କରି ତା'ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।

Manoj Swain
  • Published: Monday, 11 March 2024
  • Updated: 11 March 2024, 07:41 PM IST

୨୬ ଦିନ କ'ଣ କଲ? ଆମେ ଆପଣଙ୍କୁ ତଥ୍ୟ ଦାଖଲ କରିବାକୁ କହିଥିଲୁ। ତଥ୍ୟ ମିଳାଇବା ପାଇଁ କୁହାଯାଇନଥିଲା। ଆପଣ ନିର୍ଦ୍ଦେଶର ପାଳନ କରନ୍ତୁ। ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରନ୍ତୁ।' ଇଲେକ୍ଟୋରାଲ ବଣ୍ଡ ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଏଭଳି କିଛି ପ୍ରଶ୍ନ କରି ତା'ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହ ବିବରଣୀ ଦାଖଲ କରିବା ପାଇଁ ବ୍ୟାଙ୍କ ଯେଉଁ ସମୟ ମାଗିଥିଲା, ସେହି ଆବେଦନକୁ ଅଦାଲତ ଖାରଜ କରି ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ନିକଟରେ ନିର୍ବାଚନ ବଣ୍ଡର ବିବରଣୀ ଦାଖଲ କରିବାକୁ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos