Advertisment

ଭୁଶୁଡ଼ିଲା ସ୍କୁଲ ପାଚେରୀ ,ଚାପି ହୋଇଗଲା...

ରାଜଧାନୀ ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳରେ ଘଟିଛି ଏହି ଘଟଣା ।

author-image
Niharika Rout
ଅଦ୍ୟତନ ହୋଇଛି
Boundary Collapse

Boundary Collapse

ଅଚାନକ  ଭୁଶୁଡି ପଡ଼ିଲା ସ୍କୁଲ ପାଚେରୀ । ତା’ ତଳେ ଚାପି ହୋଇଗଲା ଏକାଧିକ ଗାଡି। ମାତ୍ର ଅଳ୍ପକେ ବର୍ତ୍ତିଲା ଜୀବନ। ରାଜଧାନୀ ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳରେ ଘଟିଛି ଏହି ଘଟଣା ।

Advertisment

ଭୁବେଶ୍ୱରରେ ମହାରାଜା ହଲ ପଛ ପାଖରେ ଥିବା Children center of integral education ସ୍କୁଲର ପାଚେରୀ ଭୁଶୁଡ଼ି ପଡ଼ିଛି । ଲଗାଣ ବର୍ଷା ଯୋଗୁ ପାଚେରୀ ଭୁଶୁଡି ପଡିଥିବା ସୂଚନା ମିଳିଛି ।

ଦୁଇଟି ବାଇକ ପାଚେରୀ ତଳେ ଚାପି ହୋଇ ସମ୍ପୂର୍ଣ୍ଣ କ୍ଷତିଗସ୍ତ ହୋଇଛି। ଗୋଟିଏ ଘର ମଧ୍ୟ କ୍ଷତିଗସ୍ତ ହୋଇଛି। କିନ୍ତୁ ସ୍ଥାନୀୟ ଲୋକେ ଏଥିରୁ ବର୍ତ୍ତିଯାଇଛନ୍ତି ।

Advertisment

ସେପଟେ ବିପଦଶଙ୍କୁଳ ଅବସ୍ଥାରେ ଗତ କିଛି ଦିନ ହେବ ଏହି ପାଚେରୀ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପାଚେରୀ ମରାମତି ହୋଇନଥିବାରୁ ଏଭଳି ଅଘଟଣ ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ।

Bhubaneswar