Boundary Collapse
ଅଚାନକ ଭୁଶୁଡି ପଡ଼ିଲା ସ୍କୁଲ ପାଚେରୀ । ତା’ ତଳେ ଚାପି ହୋଇଗଲା ଏକାଧିକ ଗାଡି। ମାତ୍ର ଅଳ୍ପକେ ବର୍ତ୍ତିଲା ଜୀବନ। ରାଜଧାନୀ ଭୁବନେଶ୍ୱର ୟୁନିଟ ୯ ଅଞ୍ଚଳରେ ଘଟିଛି ଏହି ଘଟଣା ।
ଭୁବେଶ୍ୱରରେ ମହାରାଜା ହଲ ପଛ ପାଖରେ ଥିବା Children center of integral education ସ୍କୁଲର ପାଚେରୀ ଭୁଶୁଡ଼ି ପଡ଼ିଛି । ଲଗାଣ ବର୍ଷା ଯୋଗୁ ପାଚେରୀ ଭୁଶୁଡି ପଡିଥିବା ସୂଚନା ମିଳିଛି ।
ଦୁଇଟି ବାଇକ ପାଚେରୀ ତଳେ ଚାପି ହୋଇ ସମ୍ପୂର୍ଣ୍ଣ କ୍ଷତିଗସ୍ତ ହୋଇଛି। ଗୋଟିଏ ଘର ମଧ୍ୟ କ୍ଷତିଗସ୍ତ ହୋଇଛି। କିନ୍ତୁ ସ୍ଥାନୀୟ ଲୋକେ ଏଥିରୁ ବର୍ତ୍ତିଯାଇଛନ୍ତି ।
ସେପଟେ ବିପଦଶଙ୍କୁଳ ଅବସ୍ଥାରେ ଗତ କିଛି ଦିନ ହେବ ଏହି ପାଚେରୀ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପାଚେରୀ ମରାମତି ହୋଇନଥିବାରୁ ଏଭଳି ଅଘଟଣ ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us