Advertisment

ଅ‍ବ୍ୟବସ୍ଥା ମଧ୍ୟରେ ଚାଲିଛି ସ୍କୁଲ, ବିଇଓଙ୍କ ଗାଡ଼ି ଭଙ୍ଗାରୁଜା କଲେ ଛାତ୍ରୀ

ଛାତ୍ରୀମାନଙ୍କୁ ବୁଝାଇବା ପାଇଁ ପହଞ୍ଚିଥିଲେ ମହନାର ବ୍ଲକ୍‌ ଶିକ୍ଷାଧିକାରୀ (ବିଇଓ)। ତେବେ ଉତ୍ତ୍ୟକ୍ତ ଛାତ୍ରୀମାନେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।

Protest

Protest

Advertisment

ବ୍ଲକ୍ ଶିକ୍ଷାଧିକାରୀ (ବିଇଓ)ଙ୍କ ଗାଡ଼ିକୁ ଘେରିଗଲେ ଛାତ୍ରୀ। ଗାଡ଼ିକୁ ଲକ୍ଷ୍ୟ କରି ମାରିଲେ ପଥର। ଇଟାରେ ଗାଡ଼ିର ଝରକା ଓ ସାମ୍ନା କାଚକୁ ଛେଚିଲେ। ସେମାନଙ୍କ ଆକ୍ରୋଶରୁ ପୁଲିସ କର୍ମଚାରୀ ମଧ୍ୟ ବର୍ତ୍ତି ନଥିଲେ। ଏମିତି ଏକ ଘଟଣା ଘଟିଛି ବିହାରର ବୈଶାଳୀ ଜିଲ୍ଲାର ମହନାରରେ।

Advertisment

ଏଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସ୍କୁଲ୍‌ଟି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ କରି ସେମାନେ ବିକ୍ଷୋଭ କରୁଥିଲେ। ଏମିତିକି ସ୍କୁଲରେ ଆବଶ୍ୟକ ସଂଖ୍ୟକ ବେଞ୍ଚ ଓ ଟେବୁଲ ନ ଥିବା ସେମାନେ ଅଭିଯୋଗ କରିଥିଲେ।

ଛାତ୍ରୀମାନଙ୍କୁ ବୁଝାଇବା ପାଇଁ ପହଞ୍ଚିଥିଲେ ମହନାର ବ୍ଲକ୍‌ ଶିକ୍ଷାଧିକାରୀ (ବିଇଓ)। ତେବେ ଉତ୍ତ୍ୟକ୍ତ ଛାତ୍ରୀମାନେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ଯୋଗୁ କିଛି ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା ଓ ଟ୍ରାଫିକ ସମସ୍ୟା ଉପୁଜି ଥିଲା।

Advertisment

ଛାତ୍ରୀମାନେ ବିଇଓଙ୍କ ଗାଡ଼ିକୁ ଇଟା, ପଥର ମାଡ଼ କରୁଥିବା ବେଳେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀ। ପଥର ମାଡ଼ରେ ପୁଲିସ ଅଧିକାରୀ ପୁନମ କୁମାରୀ ଆହତ ହୋଇଛନ୍ତି। ସେ କହିଛନ୍ତି, ଛାତ୍ରୀମାନଙ୍କ ଦାବିକୁ ବିଭାଗୀୟ ଅଧିକାରୀମାନେ ମାନି ଯାଇଥିଲେ। ତଥାପି ସେମାନେ ଶାନ୍ତିପୂର୍ଣ୍ଣ ଭାବେ ବସି ଆଲୋଚନା କରିବାକୁ ରାଜି ନଥିଲେ।

ଅନ୍ୟପକ୍ଷରେ ଛାତ୍ରୀମାନେ କହିଛନ୍ତି ଯେ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବିକ୍ଷୋଭ କରୁଥିଲେ। ଏହି ସମୟରେ ଜଣେ ମହିଳା ପୁଲିସ୍ କର୍ମଚାରୀ କିଛି ଛାତ୍ରୀଙ୍କୁ ପିଟିଥିଲେ। ତେଣୁ ସେମାନେ ବିଇଓଙ୍କ କାର୍ ଭଙ୍ଗାରୁଜା କରିଥିଲେ।

ସ୍ଥାନୀୟ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଏହି ସ୍କୁଲରେ କ୍ଷମତାଠାରୁ ଅଧିକ ଛାତ୍ରୀ ଏଥର ନାମ ଲେଖାଇଛନ୍ତି। ତେଣୁ ସମସ୍ୟା ଉପୁଜିଛି। ତେଣୁ ଆମେ ଦୁଇଟି ଶିଫ୍ଟରେ ସ୍କୁଲ୍‌କୁ ଚଲାଇବାକୁ ବ୍ୟବସ୍ଥା କରୁଛୁ। ଆଜି ଯେଉଁ ଛାତ୍ରୀମାନେ ବସିବାକୁ ସ୍ଥାନ ପାଇଲେ ନାହିଁ, ସେମାନେ ବାହାରକୁ ଆସି ରାସ୍ତାରେ ବିକ୍ଷୋଭ କରିଥିଲେ।

Student Protest BEO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe