Advertisment

ସ୍କୁଲ ବାରଣ୍ଡାରେ ଛାତିରେ ଯନ୍ତ୍ରଣା ଅନୁଭବ କଲେ, ଡାକ୍ତରଖାନାରେ ମୃତ ଘୋଷଣା କରାଗଲା

କ୍ଲାସ ଶେଷ କରି ଖାଇବା ପାଇଁ ଯାଉଥିବା ବେଳେ ସ୍କୁଲ୍ ବାରଣ୍ଡାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ପେଟ ମଧ୍ୟ ବଥା ହେଉଥିଲା।

Teacher

Teacher

Advertisment

ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ସରକାରୀ ବାଳକ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ମୃତ ଶିକ୍ଷକଙ୍କ ନାଁ ଅଭିରାମ ମାଣ୍ଡିଙ୍ଗି (୩୦)। ତାଙ୍କ ଘର ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ସିନ୍ଦୁବାଈ ଗାଁରେ। ତିନି ମାସ ହେବ ସେ କୁମ୍ଭାରିପୁଟ ସରକାରୀ ବାଳକ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିଥି ଶିକ୍ଷକ ଭାବେ ଯୋଗ ଦେଇଥିଲେ। ସେ ଗଣିତ ପଢ଼ାଉଥିଲେ।

Advertisment

କ୍ଲାସ ଶେଷ କରି ଖାଇବା ପାଇଁ ଯାଉଥିବା ବେଳେ ସ୍କୁଲ୍ ବାରଣ୍ଡାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ପେଟ ମଧ୍ୟ ବଥା ହେଉଥିଲା। ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଆମ୍ବୁଲାନ୍ସରେ ତାଙ୍କୁ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅତିଥି ଶିକ୍ଷକ ଅଭିରାମ ମାଣ୍ଡିଙ୍ଗିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Advertisment

ଅଭିରାମଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ତାଙ୍କ ସାନ ଭାଇ ରାଜୁ ମାଣ୍ଡିଙ୍ଗି କହିଛନ୍ତି ଯେ ତାଙ୍କର ପୂର୍ବରୁ ପେଟ ବ୍ୟଥା ରୋଗ ଥିଲା। ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିବାର ପକ୍ଷରୁ ଥାନାରେ କିଛି ଲିଖିତ ଅଭିଯୋଗ କରାଯାଇନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe