Advertisment

ନିର୍ବାଚନୀ ସଭାରେ ଯୋଗଦେବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା

ପୂର୍ବରୁ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବା ବେଳେ ଆଉ ଜଣଙ୍କୁ କରାଯାଇଥିଲା ନିଲମ୍ବନ। ଆଜି ପୁଣି ଜଣେ ଶିକ୍ଷକ ହୋଇଛନ୍ତି ନିଲମ୍ୱିତ। ରୋହିତେଶ୍ୱର ମଲ୍ଲିକଙ୍କୁ ମିଶାଇ ଆଜିଯାଏଁ ୨ ଜଣ ଶିକ୍ଷକଙ୍କୁ ନିଲମ୍ୱିତ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ।

Poll Rally

Poll Rally

Advertisment

ମହଙ୍ଗା ପଡ଼ିଲା ନିର୍ବାଚନୀ ସଭାରେ ଯୋଗଦେବା। ଆଜି ଆଉ ଜଣେ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ନିଲମ୍ୱିତ କରିଛନ୍ତି।

Advertisment

କଣ୍ଟାମାଳ ବ୍ଲକ୍‌ ବଉଳସିଙ୍ଗା ସରକାରୀ ଅପର ପ୍ରାଇମେରୀ ସ୍କୁଲର ସହକାରୀ ଶିକ୍ଷକ ହେଉଛନ୍ତି ରୋହିତେଶ୍ୱର ମଲ୍ଲିକ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସେ ଏକ ରାଜନୈତିକ ସଭାରେ ଯୋଗଦେଇଥିଲେ। ଯାହାର ଫଟୋ ଭାଇରାଲ୍‌ ହୋଇଥିଲା। ଏହା ପରେ ଏନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ଆଜି ତାଙ୍କୁ ନିଲମ୍ୱିତ କରିଛନ୍ତି।

ପୂର୍ବରୁ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବା ବେଳେ ଆଉ ଜଣଙ୍କୁ କରାଯାଇଥିଲା ନିଲମ୍ବନ। ଆଜି ପୁଣି ଜଣେ ଶିକ୍ଷକ ହୋଇଛନ୍ତି ନିଲମ୍ୱିତ। ରୋହିତେଶ୍ୱର ମଲ୍ଲିକଙ୍କୁ ମିଶାଇ ଆଜିଯାଏଁ ୨ ଜଣ ଶିକ୍ଷକଙ୍କୁ ନିଲମ୍ୱିତ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ।

Advertisment

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Boudh Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe