ଛୋଟ ଛୋଟ ପିଲାଙ୍କୁ ସ୍କୁଲମୁହାଁ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାଠୁ ଆରମ୍ଭ କରି ୟୁନିଫର୍ମ ଡ୍ରେସ ଓ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଯାଉଛି ଡମ୍ପିଂୟାର୍ଡ । ଏପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଦେଖିବାକୁ ମିଳିଛି।
କୋରାପୁଟ ଜିଲ୍ଲା ବୈପାରିଗୁଡାରୁ ୨ କିମି ଦୂର ଏକ ଡମ୍ପିଂୟାର୍ଡରେ ସ୍କୁଲ ଓ ଅଙ୍ଗନୱାଡ଼ି ପିଲାଙ୍କ ଲଧାଧିକ ଟଙ୍କାର ପୋଷାକ ପଡ଼ିଥିବା ଦେଖିଥିବା ଦେଖିବାକୁ ମିଳିଛି । ତେବେ ପିଲାଙ୍କ ମଧ୍ୟରେ ବାଣ୍ଟିବା ପରିବର୍ତ୍ତେ କିଏ ଓ କାହିଁକି ଏସବୁ ଫୋପାଡ଼ିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।
ସରକାରଙ୍କ ତରଫରୁ ଲକ୍ଷାଧିକ ଟଙ୍କାର ଡ୍ରେସ୍ ଓ ଜୋତା ସ୍କୁଲକୁ ପଠାଯାଉଛି। ଅଥଚ ତାହାକୁ ପିଲାଙ୍କ ମଧ୍ୟରେ ନ ବାଣ୍ଟି କିଏ ଏଭଳି କାମ କରିଛି ସେନେଇ ତଦନ୍ତ କରିବାକୁ ଦାବି ହୋଇଛି ।
ଅନ୍ୟପଟେ ଜିଲ୍ଲା ଭିତରର କେହି ଏହାକୁ ଫୋପାଡ଼ିଛି ନା ଅନ୍ୟ କେଉଁ ଜିଲ୍ଲାରୁ ଆସି କିଏ ଏସବୁ ପକାଇଛି ସେନେଇ ମଧ୍ୟ ସନ୍ଦେହ ଲାଗି ରହିଛି । ଏନେଇ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।