School Closed
ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଥିବା ବାତ୍ୟା ‘ମିଗଜୋମ’ର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେଲାଣି। ଏହା ପ୍ରଭାବରେ ଓଡ଼ିଶାରେ ଗତକାଲିଠୁ ପାଗ କୋହଲା ରହୁଥିବା ବେଳେ ବିଭିନ୍ନ ସ୍ଥାନରେ ବର୍ଷା ବି ହେଉଛି।
ଏହାକୁ ଲକ୍ଷ୍ୟରେ ରଖି ଗଜପତି ଜିଲ୍ଲାରେ ଆସନ୍ତାକାଲି ସବୁ ସ୍କୁଲ ଛୁଟି ନିମନ୍ତେ ଘୋଷଣା କରାଯାଇଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାପାଳଙ୍କ ତରଫରୁ ଜାରି ନିର୍ଦ୍ଦେଶାନାମା ଅନୁଯାୟୀ, ଜିଲ୍ଲାର ସମସ୍ତ ପ୍ରାଇମେରି, ଅପର ପ୍ରାଇମେରି, ହାଇସ୍କୁଲ,ଅଙ୍ଗନୱାଡି ସେଣ୍ଟରକୁ ଆସନ୍ତାକାଲି ପାଇଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ସମସ୍ତ ବିଡ଼ିଓ, ତହସିଲଦାର ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରିଛନ୍ତି।
ଗଜପତିର ବହୁ ଉପାନ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଏଥିସହ ଭୁସ୍ଖଳନ ବି ହୋଇଥାଏ । ତେଣୁ ଏହି ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡ଼ିବା ଆଶଙ୍କା ଥିବାରୁ ସମ୍ଭାବ୍ୟ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।
୨ ଦିନ ହେଲାଣି ଜିଲ୍ଲାରେ ଓଡ୍ରାଫ ଟିମ୍ ପହଞ୍ଚି ସାରିଛନ୍ତି। ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ନିମନ୍ତେ ସଜାଗ ରହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us