Advertisment

୧୭ରେ ଛତିଶଗଡ ନିର୍ବାଚନ, ଓଡିଶା ସୀମାରେ ପାଟ୍ରୋଲିଂ କଡ଼ାକଡ଼ି

ଆମାମୋଲା ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଓଡିଶା ଓ ଛତିଶଗଡ ପୁଲିସ ପକ୍ଷରୁ ଏକ ବଡ ଧରଣର ସର୍ଚ୍ଚ ଅପରେସନ କରାଯିବ ବୋଲି ନୂଆପଡା ଏସପି ସୂଚନା ଦେଇଛନ୍ତି।

author-image
Niharika Rout
Election

Election

ଆସନ୍ତା ୧୭ରେ ଛତିଶଗଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଓଡିଶା-ଛତିଶଗଡ ସୀମାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Advertisment

ନୂଆପଡା ସୀମାନ୍ତ ମହାସମୁନ୍ଦ ଓ ଗରିଆବନ୍ଧ ଜିଲ୍ଲା ନକ୍ସଲ ପ୍ରଭାବିତ। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମୈନପୁର ଥାନା ଆମାମୋଲା ପୁଲିଂ ବୁଥର ସମସ୍ତ ପାର୍ଟି ଆସନ୍ତା ୧୬ ତାରିଖ ଦିନ ନୂଆପଡ଼ା କୋମନା ଥାନା ସୁନାବେଡା ସିଆରପିଏଫ କ୍ୟାମ୍ପରେ ରହିବେ। ୧୭ ତାରିଖ ସକାଳୁ ଭୋଟଦାନ ପୂର୍ବରୁ କଡା ସୁରକ୍ଷାରେ ମତଦାନ କେନ୍ଦ୍ରରେ ପହଞ୍ଚିବେ।

ଆମାମୋଲା ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଓଡିଶା ଓ ଛତିଶଗଡ ପୁଲିସ ପକ୍ଷରୁ ଏକ ବଡ ଧରଣର ସର୍ଚ୍ଚ ଅପରେସନ କରାଯିବ ବୋଲି ନୂଆପଡା ଏସପି ସୂଚନା ଦେଇଛନ୍ତି।

Advertisment

ଗତ ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ତାହା ପୂର୍ବ ଦିନ କାଙ୍କେରଠାରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ବିଏସଏଫ କନଷ୍ଟେବଲ ଓ ୨ ଜଣ ପୁଲିଂ କର୍ମଚାରୀ ଆହତ ହୋଇଥିଲେ

ବିଏସ୍‌ଏଫ ଓ ଜିଲ୍ଲା ଫୋର୍ସ ମିଳିତ ଭାବେ ମାରବେଦା କ୍ୟାମ୍ପରୁ ରେଙ୍ଗାଘାଟି ରେଙ୍ଗାଗୁଣ୍ଡି ପୁଲିଂ ଷ୍ଟେସନକୁ ଯାଉଥିଲେ। ସେମାନଙ୍କ ସହ ୪ ଜଣ ପୁଲିଂ ଅଧିକାରୀ ମଧ୍ୟ ଥିଲେ। ସେମାନେ ଅଧା ରାସ୍ତାରେ ଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

Chhattisgarh Election Naxal Nuapada