Advertisment

ସରିଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର, ଦିନକ ପରେ ସିଲ୍‌ ହେବ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ରରେ ମୋଟ ୭୯.୬୯ଲକ୍ଷ ଭୋଟର ଅଛନ୍ତି ।

Election

Election

Advertisment

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ମଣ୍ଡଳୀ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏହା ଅନ୍ତର୍ଗତ ସମସ୍ତ ୩୫ଟି ବିଧାନସଭା ଆସନରେ ଦିନକ ପରେ ଅର୍ଥାତ୍ ସୋମବାର ଭୋଟଗ୍ରହଣ ହେବ। ଏହି ଅଂଚଳର ମୋଟ ୨୬୫ଜଣ ବିଧାୟକ ପ୍ରାର୍ଥୀ ଓ ୪୦ଜଣ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ୭୯ଲକ୍ଷ ୬୯ହଜାର ୮୮୭ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ନିର୍ଦ୍ଧାରଣ କରିବେ । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛି । ଚଳିତ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ହିଞ୍ଜିଳି ଓ କଂଟାବାଞ୍ଜି ବିଧାନସଭା ଆସନରେ ବି ମତଦାନ ହେବ ।

Advertisment

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ରରେ ମୋଟ ୭୯.୬୯ଲକ୍ଷ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ୪୦.୩୪ ପୁରୁଷ, ୩୯.୩୫ ମହିଳା ଓ୮୫୧ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏହି ଭୋଟରଙ୍କ ମଧ୍ୟରେ ୨.୧୩ଲକ୍ଷ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ ଏବଂ ପ୍ରାୟ ୧୬.୯୮ଲକ୍ଷ ଯୁବ ଭୋଟର ବି ମତଦାନ କରିବେ ।

ଏହି ପର୍ଯ୍ୟାୟରେ ସହରାଂଚଳରେ ୧୦୯୦ଟି ଓ ଗ୍ରାମାଂଚଳରେ ୮୦୮୫ଟି ମତଦାନ କେନ୍ଦ୍ର ମାଧ୍ୟମରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରୁ ୧୦୪୧ଟି ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ସେହିପରି ୨୫ଟି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ୧୫୪୧ଟି ମଡେଲ ବୁଥ ସ୍ଥାପନ କରାଯାଇଛି । ଏହି ପର୍ଯ୍ୟାୟରେ ପ୍ରାୟ ୬୦ହଜାରରୁ ଅଧିକ ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Advertisment

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ନିର୍ବାଚନ ରଣାଙ୍ଗନରେ ମୋଟ ୩୦୫ଜଣ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୦ଜଣ ଲୋକସଭା ପ୍ରାର୍ଥୀ(୩୪ ପୁରୁଷ, ୬ ମହିଳା) ଏବଂ ୨୬୫ଜଣ ବିଧାୟକ ପ୍ରାର୍ଥୀ(୨୨୪ ପୁରୁଷ ଓ ୪୧ ମହିଳା) ପ୍ରାର୍ଥୀ ରହିଛନ୍ତି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ଆବଶ୍ୟକ ପରିମାଣର ସୁରକ୍ଷାବଳ ମୁତୟନ କରାଯାଇଛି । ଏହି ୫ଟି ସଂସଦୀୟ କ୍ଷେତ୍ରରେ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିବାବେଳେ ଓଡ଼ିଶା ପୁଲିସ ମଧ୍ୟ ଶାନ୍ତିଶୃଙ୍ଖଳା ଦାୟିତ୍ୱ ତୁଲାଇବ ବୋଲି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Election General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe