Advertisment

ରାଜ୍ୟରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

‘ବନ୍ଦେ ଭାରତ ପ୍ରତି ଲୋକଙ୍କ କ୍ରେଜ୍ ବଢୁଛି। ଏଯାବତ୍ ବନ୍ଦେ ଭାରତ ଏକ୍ସପ୍ରେସରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କଲେଣି।’

author-image
Jitendra Garnayak
Vande Bharat Express

Vande Bharat Express

ରାଜ୍ୟରେ ଆଜି ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିସି ଯୋଗେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଏକାସଙ୍ଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଏହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ୧୧ଟି ରାଜ୍ୟ ଦେଇ ଯା’ଆସ କରିବ।

Advertisment

ଏହି ସବୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ବନ୍ଦେ ଭାରତ ପ୍ରତି ଲୋକଙ୍କ କ୍ରେଜ୍ ବଢୁଛି। ଏଯାବତ୍ ବନ୍ଦେ ଭାରତ ଏକ୍ସପ୍ରେସରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କଲେଣି। ବନ୍ଦେ ଭାରତ ଟ୍ରେନ୍ ନୂଆ ଉତ୍ସାହର ପ୍ରତୀକ। ବନ୍ଦେ ଭାରତ ଟ୍ରେନ୍ ଖୁବଶୀଘ୍ର ଦେଶର ସବୁ ପ୍ରାନ୍ତକୁ ଯୋଡ଼ିବ।

ବନ୍ଦେ ଭାରତ ପହଞ୍ଚୁଥିବା ସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ରୋଜଗାର ମଧ୍ୟ ବଢୁଛି। ରେଲୱେ ଗରିବ ଓ ମଧ୍ୟବିତ୍ତଙ୍କ ଭରସାଯୋଗ୍ୟ ସହଯାତ୍ରୀ। ପୂର୍ବ ସରକାର ଏହାକୁ ଧ୍ୟାନ ଦେଇ ନଥିଲେ। ଆମେ କାୟା ବଦଳାଇଲୁ। ଚଳିତ ବର୍ଷ ରେଲୱେ ବଜେଟ୍ ଆଠ ଗୁଣା ବୃଦ୍ଧି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Advertisment

ଶନିବାରକୁ ଛାଡ଼ି ସବୁଦିନେ ଗଡ଼ିବ

ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ିଦେଲେ ସପ୍ତାହରେ ବାକି ୬ ଦିନ ଚାଲିବ। ଏହା ପ୍ରତ୍ୟହ ପୁରୀରୁ ସକାଳ ୫ଟାରେ ଛାଡ଼ି ରାଉରକେଲାରେ ୧୨ଟା ୪୫ରେ ପହଞ୍ଚିବ। ପରେ ରାଉରକେଲାରୁ ୨ଟା ୧୦ରୁ ଛାଡ଼ି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଏହି ସେମି ହାଇସ୍ପିଡ୍ ଅତ୍ୟାଧୁନିକ ଟ୍ରେନ୍ ଚାଲିବା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ୍ ରନ୍ ଶେଷ କରାଯାଇଛି।

Vande Bharat Express