Advertisment

ସରକାରଙ୍କ ନାଲିଆଖି ଦେଖି ଆନ୍ଦୋଳନରୁ ଓହରିଗଲା ସଚିବାଳୟ ସେବା ସଂଘ

ଗୃହ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, ଯେଉଁ ଅଫିସରମାନେ ଡ୍ୟୁଟି କରୁନାହାନ୍ତି ସେମାନଙ୍କର ସେହି ଦିନର ଅନୁପସ୍ଥିତିକୁ ବିନା ଦରମା ଓ ସେବା ବନ୍ଦ ଭାବେ ବିବେଚନା କରାଯିବ । ସେହି ଅଫିସରମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ସଚିବମାନଙ୍କୁ କୁହାଯାଇଛି ।

Lokaseba bhawan

Lokaseba bhawan

Advertisment

କେନ୍ଦ୍ର ସଚିବାଳୟ ହାରରେ ଦରମା ଦାବିରେ ୭ ଦିନ ଧରି ଆନ୍ଦୋଳନରେ ବସିଥିବା ସଚିବାଳୟର କର୍ମଚାରୀମାନେ ଆଜି ଅଚାନକ ଆନ୍ଦୋଳନରୁ ଓହରି ଯାଇଛନ୍ତି । ରାଜ୍ୟ ସରକାରଙ୍କ ନାଲିଆଖି ଓ ନବନିଯୁକ୍ତ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ମାନଙ୍କୁ ଚାକିରିରୁ ବହିଷ୍କାର କରିବା ନିମନ୍ତେ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିବା ପରେ ସଚିବାଳୟ ସେବାସଂଘ ତରବରିଆ ଭାବେ ନିଜ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ସଂଘ ନିଜର ଦାବି ପୂରଣ ଅବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେବାସଂଘର କର୍ମକର୍ତ୍ତାମାନେ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରି ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଏବେ ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏବେ ଆର୍ଥିକ ବର୍ଷର ପରିସମାପ୍ତି ସମୟରେ ଅଧିକ ଦିନ କାର୍ଯ୍ୟବନ୍ଦ ଯୋଗୁ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ସଂଘ ସହିତ ଆଲୋଚନା କରିବେ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିଥିବା ଶ୍ରୀ ବରାଳ ଦର୍ଶାଇଛନ୍ତି ।

ତେବେ ସଚିବାଳୟ ସଂଘ ନିଜର ଆନ୍ଦୋଳନ ପ୍ରତ୍ୟାହର କରିବା ପୂର୍ବରୁ ଆଜି ସକାଳେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବ ନିବେଦିତା ପୃଷ୍ଟି ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି କହିଥିଲେ ଯେ, ଗତ ଫେବୃୟାରୀ ୧୩ରୁ ଓଡ଼ିଶା ସଚିବାଳୟ ସେବା ସଂଘ କ୍ୟାଡ଼ରର ଅଫିସରମାନେ ଆନ୍ଦୋଳନ କରୁଛନ୍ତି । ସେମାନଙ୍କ ଦ୍ୱାରା କାର୍ଯ୍ୟରେ ଅନଧିକୃତ ଅନୁପସ୍ଥିତି ଯୋଗୁ ନିୟମିତ ଅଫିସ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ତେଣୁ ଅନୁପସ୍ଥିତ ରହୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୃହ ବିଭାଗକୁ ଜଣାଇବାକୁ ସଚିବମାନଙ୍କୁ କୁହାଯାଇଛି । ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ପୋଷଣ କରି ସଚିବାଳୟ ସେବା ସଂଘ କର୍ମଚାରୀମାନଙ୍କୁ ଖୋଲାଖୋଲି ନାଲିଆଖି ଦେଖାଇଛନ୍ତି ।

ଗୃହ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, ଯେଉଁ ଅଫିସରମାନେ ଡ୍ୟୁଟି କରୁନାହାନ୍ତି ସେମାନଙ୍କର ସେହି ଦିନର ଅନୁପସ୍ଥିତିକୁ ବିନା ଦରମା ଓ ସେବା ବନ୍ଦ ଭାବେ ବିବେଚନା କରାଯିବ । ସେହି ଅଫିସରମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ସଚିବମାନଙ୍କୁ କୁହାଯାଇଛି ।

ଏହାସହିତ ଯେଉଁ ନବନିଯୁକ୍ତ ଏଏସଓମାନେ ନିଜର ଜଏନିଂ ରିପୋର୍ଟ ଦେଇଛନ୍ତି, କିନ୍ତୁ କାର୍ଯ୍ୟରେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କର ତାଲିକା ଗୃହ ବିଭାଗକୁ ପଠାଇଲେ, ସେମାନଙ୍କୁ ସରକାରୀ ଚାକିରିରୁ ବହିଷ୍କାର ପାଇଁ ପଦକ୍ଷେପ ନିଆଯିବ ।

ଯେଉଁ ନୂଆ ଏଏସଓମାନେ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି, ସେମାନଙ୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ତାଲିକା ପଠାଇବାକୁ ବିଭାଗଗୁଡ଼ିକୁ କୁହାଯାଇଛି ।

ଗୃହ ବିଭାଗର ଏଭଳି କଠୋର ଆଭିମୁଖ୍ୟ ପରେ ସଚିବାଳୟ ସେବା ସଂଘ ନିଜର ଆନ୍ଦୋଳନରୁ ଓହରିବାକୁ ଏକରକମ ବାଧ୍ୟ ହୋଇଛି । ସଂଘର କର୍ମଚାରୀମାନେ ଯେଉଁ କଠୋର ଆଭିମୁଖ୍ୟ ରଖି ନିଜର ଦାବି ହାସଲ ପାଇଁ ୭ ଦିନ ଧରି ଆନ୍ଦୋଳନ କରୁଥିଲେ, ସେଥିରୁ ଓହରିବା ପାଇଁ ସମ୍ମାନଜନକ ମାର୍ଗ ବି ଖୋଜିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ସଚିବାଳୟ ହାରରେ ଦରମା ଓ ଅନ୍ୟାନ୍ୟ ଦାବି ହାସଲ ନିମନ୍ତେ ସଚିବାଳୟ ସେବା ସଂଘ କ୍ୟାଡ଼ରର କର୍ମଚାରୀମାନେ ଗତ ୧୩ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ । ଏପରିକି ୨୪ଘଣ୍ଟା ତଳେ ସାମ୍ବାଦିକ ସମ୍ମିଳନୀ କରି ଏହି ଆନ୍ଦୋଳନ ହାସଲ ନହେବା ପର୍ଯ୍ୟନ୍ତ ଅବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରିଥିଲେ ।

Advertisment
Loka Seva Bhavan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe