୬ବର୍ଷ ପରେ ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର । ୨୦୧୮ରେ ଦେବ ପ୍ରସାଦ ଦାଶଙ୍କୁ ନିଲମ୍ବନ କରିଥିଲେ ସରକାର । ଦୀର୍ଘ ୬ ବର୍ଷ ପରେ ଏବେ ନିଲମ୍ବନ ଉଠିଛି । ଓଡ଼ିଶା ସରକାରଙ୍କ ସେବା ନିୟମ ଉଲ୍ଲଂଘନ ନକରିବାକୁ ସର୍ତ୍ତ ରଖି ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଛନ୍ତି ସରକାର। ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ନିଲମ୍ବନ ପ୍ରସଙ୍ଗରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ଦେବ ପ୍ରସାଦ ଦାଶ । ସେ କହିଛନ୍ତି, ମୋତେ ହାତରେ ନୁହେଁ ଭାତରେ ମାରିବାକୁ ଚେଷ୍ଟା କରାଯାଇଥିଲା । ଏହି ନିଲମ୍ବନ ଦ୍ୱାରା ମୋ ଅପେକ୍ଷା ମୋ ପରିବାରକୁ ଅଧିକ ଦଣ୍ଡିତ କରାଯାଇଥିଲା । ନୂଆ ସରକାର ଆସିବା ପରେ ମୋତେ ନ୍ୟାୟ ମିଳିଲା ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।