Advertisment

OAS ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର

ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ନିଲମ୍ବନ ପ୍ରସଙ୍ଗରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ଦେବ ପ୍ରସାଦ ଦାଶ । ସେ କହିଛନ୍ତି, ମୋତେ ହାତରେ ନୁହେଁ ଭାତରେ ମାରିବାକୁ ଚେଷ୍ଟା କରାଯାଇଥିଲା ।

Advertisment

୬ବର୍ଷ ପରେ ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର । ୨୦୧୮ରେ ଦେବ ପ୍ରସାଦ ଦାଶଙ୍କୁ ନିଲମ୍ବନ କରିଥିଲେ ସରକାର । ଦୀର୍ଘ ୬ ବର୍ଷ ପରେ ଏବେ ନିଲମ୍ବନ ଉଠିଛି । ଓଡ଼ିଶା ସରକାରଙ୍କ ସେବା ନିୟମ ଉଲ୍ଲଂଘନ ନକରିବାକୁ ସର୍ତ୍ତ ରଖି ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଛନ୍ତି ସରକାର। ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ନିଲମ୍ବନ ପ୍ରସଙ୍ଗରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ଦେବ ପ୍ରସାଦ ଦାଶ । ସେ କହିଛନ୍ତି, ମୋତେ ହାତରେ ନୁହେଁ ଭାତରେ ମାରିବାକୁ ଚେଷ୍ଟା କରାଯାଇଥିଲା । ଏହି ନିଲମ୍ବନ ଦ୍ୱାରା ମୋ ଅପେକ୍ଷା ମୋ ପରିବାରକୁ ଅଧିକ ଦଣ୍ଡିତ କରାଯାଇଥିଲା । ନୂଆ ସରକାର ଆସିବା ପରେ ମୋତେ ନ୍ୟାୟ ମିଳିଲା ବୋଲି ସେ କହିଛନ୍ତି।

Advertisment
Odisha OAS Officers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe