Advertisment

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ ପ୍ରତିହାରୀଙ୍କ ପରଲୋକ

ରଜତ ପ୍ରତିହାରୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Rajat Kumar Pratihari

Rajat Kumar Pratihari

Advertisment

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ କୁମାର ପ୍ରତିହାରୀଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

Advertisment

ରଜତ କୁମାର ପ୍ରତିହାରୀଙ୍କ ପାର୍ଥିବ ଶରୀର ମୁମ୍ବାଇରୁ ପୁରୀର ବାଲିସାହି ବାସଭବନକୁ ଅଣାଯିବ। ପରିବାର ଲୋକେ, ସେବାୟତଙ୍କ ଶେଷ ଦର୍ଶନ ପରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ। ଶ୍ରୀଜଗନ୍ନାଥଙ୍କ ଗରାବଡ଼ୁ ଓ ହଡ଼ପନାୟକ ସେବା ସେ ଯୋଗାଉଥିଲେ। ରଜତ ପ୍ରତିହାରୀଙ୍କର ତେଲେଙ୍ଗା ପଣ୍ଡା ଭାବରେ ଥିଲା ସୁଖ୍ୟାତି। ବିଭିନ୍ନ ସମୟରେ ତେଲୁଗୁ ଭାଷାଭାଷୀ ଲୋକଙ୍କୁ ଆତିଥ୍ୟ ଦେବା ଓ ତେଲୁଗୁ ଭାଷାରେ ଶ୍ରୀଜଗନ୍ନାଥଙ୍କମହିମା ସମ୍ପର୍କରେ ବୁଝାଇପାରୁଥିଲେ।

ବରିଷ୍ଠ ସେବାୟତଙ୍କୁ ସମ୍ମାନ, ସେବାୟତଙ୍କ ଆର୍ଥିକ ଓ ସାମାଜିକ ବିକାଶ, ସେବାୟତଙ୍କ କନ୍ୟାଙ୍କ ଉଚ୍ଚ ଶିକ୍ଷା ଭଳି ଏକାଧିକ ଉନ୍ନତିମୂଳକ କାମରେ ତାଙ୍କର ଥିଲା ଅବଦାନ। ପୁରୀ ସହରର ବିକାଶ ଓ ରଥଯାତ୍ରା ଶୃଙ୍ଖଳା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ସେ ବେଶ୍ ଚର୍ଚ୍ଚିତ ଥିଲେ।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe