୧୯୯୦ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଡିଜି ୱାଇବି ଖୁରାନିଆ ସର୍ବନିମ୍ନ ୨ବର୍ଷ ପାଇଁ ରାଜ୍ୟ ପୁଲିସ ଡିଜି ପଦବୀରେ ରହିବେ । ୨୦୨୪ ଅଗଷ୍ଟ ୧୬ତାରିଖରୁ ତାଙ୍କର ଏହି ୨ବର୍ଷିଆ କାର୍ଯ୍ୟକାଳ ଆରମ୍ଭ ହୋଇଛି ଯାହାକି ୨୦୨୬ ଅଗଷ୍ଟ ୧୬ତାରିଖରେ ଶେଷ ହେବ ।
Also Read
ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳକୁ ସର୍ବନିମ୍ନ ୨ବର୍ଷ ଅର୍ଥାତ୍ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୧୯୭୭ ମସିହା ମେ’ ମାସର ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପୁଲିସ ଡିଜି ଭାବେ ଶ୍ରୀ ଖୁରାନିଆ ଚଳିତବର୍ଷ ଅଗଷ୍ଟ ୧୬ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ବୟସରେ ସରକାର ଚାକିରିରୁ ଅବସର ନେଇଥାନ୍ତେ । ମାତ୍ର ପୁଲିସ ଡିଜି ପଦବୀରେ ତାଙ୍କୁ ସର୍ବନିମ୍ନ ୨ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବାରୁ ସେ ୨୦୨୬ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ରାଜା ଚକ୍ରଙ୍କ ନାଁରେ ୧୪ ମାମଲା: ତଦନ୍ତରେ କରୁଛନ୍ତି ଅସହଯୋଗ, ଗିରଫ ହୋଇପାରନ୍ତି ପତ୍ନୀଙ୍କ ସମେତ ୪ ସହଯୋଗୀ
ଗିରଫଦାରୀ ଉପରେ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଆଜି ଉଠାଇ ନେବାପରେ ସେମାନେ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।

Miscellaneous
ହୋଲଡିଂ ଟ୍ୟାକ୍ସ କ୍ଲିଅର କଲେ କିଟ୍ ଓ ସୋଆ!
ଖବର ପ୍ରସାରଣ ପରେ ବିଏମସି ତରଫରୁ କୁହାଯାଇଛି, 7 ଦିନ ତଳ ପର୍ଯ୍ୟନ୍ତ ଯେଉଁମାନେ ଖିଲାପକାରୀ ଥିଲେ, ତାଙ୍କ ନାଁ ସାର୍ବଜନୀନ କରାଯାଇଥିଲା।

Miscellaneous
ବାରବାଟୀ କଳଙ୍କ: ଅପ୍ରତ୍ୟାଶିତ ଯାନ୍ତ୍ରିକ ତ୍ରୁଟି କହି ଦୋଷ ଠେଲି ଦେଲା ଓସିଏ: ଜେନେରେଟର ପାଇଁ ଶକ୍ତି ବିଭାଗ ଦେଇଥିଲା କ୍ଲିଅରାନ୍ସ
ମ୍ୟାଚ ପାଇଁ ଷ୍ଟାଡିୟମରେ ଥିବା ଜେନେରରେଟର ବ୍ୟବସ୍ଥାର ତଦାରଖ ଓ ପ୍ରମାଣପତ୍ର ମଧ୍ୟ ରାଜ୍ୟ ଶକ୍ତି ବିଭାଗ ଦେଇଥିଲା ବୋଲି କହି ଓସିଏ ପରୋକ୍ଷରେ ଏହି ବୈଷୟିକ ତ୍ରୁଟି ନିମନ୍ତେ ଶକ୍ତି ବିଭାଗ ଆଡ଼କୁ ଦୋଷ ଠେଲିବାକୁ ପ୍ରୟାସ କରିଛି ।

Miscellaneous
2024ରେ ଓଡ଼ିଶାରୁ ସାଇବର ଠକ ଲୁଟିଛନ୍ତି 153.14 କୋଟି
2023 ବର୍ଷକୁ 2024 ସହ ତୁଳନା କଲେ, ମୋଟ ଆର୍ଥିକ ଠକେଇ ପରିମାଣ 79.66 କୋଟି ଟଙ୍କାରୁ 415.90 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Miscellaneous
କଟକରେ କେବେ ଖୋଲିବ ସର୍ବସାଧାରଣଙ୍କ ପାଇଁ ତିଆରି ହୋଇଥିବା ଶୌଚାଳୟ
ନୂତନ ଭାବେ ନିର୍ମିତ ‘ବାୟୋ ଶୌଚାଳୟ’ କାହିଁକି ବନ୍ଦ ପଡ଼ିଛି।