Advertisment

୭ ଆଇଏଏସଙ୍କୁ ନୂଆ ନିଯୁକ୍ତି, ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇବେ

ଏହି ୨୦୨୩ ବ୍ୟାଚର ଆଇଏଏସ୍ ଅଫିସରମାନେ ଏବେ ବିଭିନ୍ନ ବ୍ଲକର ବିଡିଓ ଭାବେ କାର୍ଯ୍ୟ କରି ଫେରିଛନ୍ତି ।

author-image
Ordigital Desk
IAS

IAS

ରାଜ୍ୟ ସରକାର ୨୦୨୩ ବ୍ୟାଚର ୭ଜଣ ଆଇଏଏସଙ୍କୁ ବିଭିନ୍ନ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା କ୍ୟାଡ଼ରର ଏହି ୭ଜଣ ଅଫିସର ନିକଟରେ ବିଭିନ୍ନ ବ୍ଲକର ବିଡିଓ ଦାୟିତ୍ୱରେ ରହିଥିଲେ ।

Advertisment

ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଇଏଏସ୍ ପ୍ରଣିତା ଦାଶଙ୍କୁ ଅବସ୍ଥାପିତ କରାଯାଇଛି ।

ସେହିପରି ୨୦୨୩ ବ୍ୟାଚ୍ ଆଇଏଏସ୍ ଆସିନ୍ ଏଏଲଙ୍କୁ ରାଇରଙ୍ଗପୁର ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ, ଆଇଏଏସ୍ କସ୍ତୁରୀ ପଣ୍ଡାଙ୍କୁ ଭବାନୀପାଟଣା ମ୍ୟୁନିସପାଲଟି କାଯ୍ୟଁନିର୍ବାହୀ ଅଧିକାରୀ, ଜେଜେସ୍ୱିନୀ ବେହେରାଙ୍କୁ ତାଳଚେର ମ୍ୟୁନିସପାଲଟି, ଦୁଧା ଅଭିଷେକ ଦିଲ୍ଲୀପଙ୍କୁ ଜଳେଶ୍ୱର ମ୍ୟୁନିସପାଲଟି, ପ୍ରେକ୍ଷା ଅଗ୍ରୱାଲଙ୍କୁ ଆନନ୍ଦପୁର ମ୍ୟୁନିସପାଲଟି ଏବଂ ଆଇଏଏସ୍ ସି ଶରଭାନନଙ୍କୁ ଝାରସୁଗୁଡ଼ା ମ୍ୟୁନିସପାଲଟିର କାର୍ଯ୍ୟନିବାହୀ ଅଫିସର ଭାବେ ନିଯୁକ୍ତି ମିଳିଛି ।

Advertisment

ଏହି ସମସ୍ତ ମ୍ୟୁନିସପାଲଟିରେ ଆଇଏଏସ୍ ଅଫିସରମାନେ କାର୍ଯ୍ୟନିର୍ବାହୀ ଅଫିସର ଭାବେ ନିଯୁକ୍ତି ମିଳିବା ପରେ ସେଠାରେ ଦାୟିତ୍ୱରେ ଥିବା ଅଫିସରଙ୍କୁ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଫିସର ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ସମସ୍ତ ଅଫିସର ସେପ୍ଟେମ୍ବର ୨୭ରୁ ନଭେମ୍ବର ୧୭ତାରିଖ ପର୍ଯ୍ୟନ୍ତ ୩ ସପ୍ତାହ ପାଇଁ ଏହି ଦାୟିତ୍ୱରେ ରହିବେ ।

ସୂଚନାଯୋଗ୍ୟ, ଏହି ୨୦୨୩ ବ୍ୟାଚର ଆଇଏଏସ୍ ଅଫିସରମାନେ ଏବେ ବିଭିନ୍ନ ବ୍ଲକର ବିଡିଓ ଭାବେ କାର୍ଯ୍ୟ କରି ଫେରିଛନ୍ତି ।

Ias