/odisha-reporter/media/post_attachments/uploadimage/library/16_9/16_9_0/Boudh_1694932816.jpg)
Boudh
ବୌଦ୍ଧ ଜିଲ୍ଲାରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଡ୍ୟାମ୍ରୁ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଛି।
ଜିଲ୍ଲାର ହରଭଙ୍ଗା ବ୍ଲକ୍କୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ପ୍ରାୟ ୪ ଫୁଟ ଉଚ୍ଚରେ ପାଣି ଚାଲିଥିବା ବେଳେ ହରଭଙ୍ଗା, ଖଣ୍ଡିଧଳପୁର, ରାମଗଡ଼, ହାଟଗାଁ, ଅତଳସାରା ଆଦି ସ୍ଥାନରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ହରଭଙ୍ଗା ବ୍ଲକ୍ ସହିତ ଜଗନ୍ନାଥ ସଡ଼କରେ ବୌଦ୍ଧର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବେଳେ ହରଭଙ୍ଗା ବ୍ଲକ୍ର ୫ଟି ପଞ୍ଚାୟତର ପ୍ରାୟ ୧୫ଟି ଗାଁ ଜଳମଗ୍ନ ହୋଇଛି।
ଉଦଣ୍ଡୀ ନାଳରେ ବନ୍ୟାପାଣି ପ୍ରବାହିତ ଯୋଗୁ କୁଶଙ୍ଗ ପଞ୍ଚାୟତର ଆଦିବାସୀ ବହୁଳ ମାରଡ଼ା ଗାଁ ପାଣି ଘେରରେ ରହିଥିବା ଜଣାପଡ଼ିଛି। ମାରଡ଼ା, ଖଣ୍ଡିଧଳପୁର, ପାଣିଘରା, କରଡି, କୋଡାଶିଙ୍ଗା, ଅତଲସରା, ତିରଡ଼ ଓ କୃଷ୍ଣମୋହନପୁର ଭଳି ଅନେକ ଗାଁ ପାଣି ଘେରରେ ଥିବା ଜଣାପଡ଼ିଛି। ଖଣ୍ଡିଧଳପୁର, କୋଡ଼ାଶିଙ୍ଗା, ପାଣିଘରା, ଝରାସାହି ହାଟ ଗାଁ, ମାରଡ଼ା ଓ ତିରଡ ଭଳି ଗାଁ ଏକ ପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି।
ଆଉ ଦୁଇ ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ୁଥିବା ବେଳେ ବୌଦ୍ଧ ଜିଲ୍ଲା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବନ୍ୟାପାଣି। ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ନୂଆ ଧାନ କେଉଁଠୁ ଆଣି ନୂଆ ଖାଇବେ, ଲୋକେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି। ବନ୍ୟା ସେମାନଙ୍କ ନୂଆଖାଇକୁ ଯେପରି ଫିକା କରିଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
