Fire
ନୟାଗଡ଼ ଜିଲ୍ଲା ରଣପୁର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ। ନୟାଗଡ଼-ରଣପୁର ରାସ୍ତାର ସାନଗୋରଡ଼ା ଠାରୁ ଅସୁର କୁମାରୀ ପାହାଡ଼, ଲୁଣି ସାହି, ଡେଙ୍ଗାଝର, ବଜ୍ରକୋଟ ଗାଁ ନିକଟରେ ଥିବା ପାହାଡ଼ରେ ହୁହୁ ହୋଇ ଜଳୁଛି ନିଆଁ।
Advertisment
ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶିଛି। ଜଙ୍ଗଲ ନିଆଁ ଦ୍ଵାରା ଏକର ଏକର ଜଙ୍ଗଲରେ ବ୍ୟାପକ ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଛି। ନିଆଁ ଏତେ ମାତ୍ରରେ ବ୍ୟାପିଛି ଯେ ତାହାକୁ ଆୟତ କରିବା ଜଙ୍ଗଲ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷେ ସମ୍ଭବ ନୁହେଁ।
ନିଆଁ ପାହାଡ଼ ତଳୁ ଲାଗି ପାହାଡ଼ ଶିଖର ପର୍ଯ୍ୟନ୍ତ ପହଞ୍ଚି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଧୂଆଁମୟ ପରିବେଶ ସାଙ୍ଗକୁ ତତଲା ପବନ ସ୍ଥାନୀୟ ଅଞ୍ଚଳରେ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ଓ ଅଗ୍ନିସେବା କର୍ମଚାରୀ ସହ ସ୍ଥାନୀୟ ପୁଲିସ ପହଞ୍ଚି ନିଆଁଙ୍କୁ ଆୟତ ପାଇଁ ଉଦ୍ୟମ କରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
