Advertisment

ରାଜ୍ୟରେ କମିଲେ ଝିଅ

ଏସ୍‌ଆର୍‌ସିଙ୍କ ତଥ୍ୟ ଆଧାରରେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ୪ ବର୍ଷରେ ରାଜ୍ୟରେ ଜନ୍ମ ସମୟରେ ପୁଅ-ଝିଅଙ୍କ ଅନୁପାତ ୨୩ କମିଛି। ୨୦୧୮-୨୦ ମସିହାରେ ରାଜ୍ୟରେ ପ୍ରତି ୧୦୦୦ ପୁଅରେ ୯୨୫ ଝିଅ ଜନ୍ମ ରହିଛନ୍ତି।

ଅଦ୍ୟତନ ହୋଇଛି
Girl

Girl

Advertisment

ରାଜ୍ୟରେ କମିଲେ ଝିଅ। ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଓଡ଼ିଶାରେ କମିଛି। ଗତ ୪ ବର୍ଷରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୨୩ ଜଣ କମ୍ ରହିଛନ୍ତି। ଝିଅ ସଂଖ୍ୟା ହ୍ରାସରେ ସମଗ୍ର ଦେଶରେ ୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଓଡ଼ିଶାରେ ବଢ଼ୁଥିବା ଲିଙ୍ଗଗତ ପାର୍ଥକ୍ୟକୁ ନେଇ ବୁଦ୍ଧିଜୀବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment

ଏସ୍‌ଆର୍‌ସିଙ୍କ ତଥ୍ୟ ଆଧାରରେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ୪ ବର୍ଷରେ ରାଜ୍ୟରେ ଜନ୍ମ ସମୟରେ ପୁଅ-ଝିଅଙ୍କ ଅନୁପାତ ୨୩ କମିଛି। ୨୦୧୮-୨୦ ମସିହାରେ ରାଜ୍ୟରେ ପ୍ରତି ୧୦୦୦ ପୁଅରେ ୯୨୫ ଝିଅ ଜନ୍ମ ହୋଇଛନ୍ତି। ୨୦୧୬-୧୮ ମସିହାରେ ଏହି ଅନୁପାତ ଥିଲା ୯୪୮। ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଂଗୀନ ରହିଛି। ୧୦୦୦ ପୁଅଙ୍କ ତୁଳନାରେ ଝିଅଙ୍କ ହାର - ନୟାଗଡ଼ରେ ୮୧୧, ଢେଙ୍କାନାଳରେ ୮୬୫, ସୋନପୁରରେ ୮୮୦, ଅନୁଗୋଳରେ ୮୮୫, ଜଗତସିଂହୁରରେ ୮୯୭, କେନ୍ଦ୍ରାପଡ଼ାରେ ୮୯୮ ପ୍ରମୁଖ ରହିଛି।

ରାଜ୍ୟରେ କମୁଥିବା ଝିଅ ସଂଖ୍ୟାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କେମିତି ପୁଅ ଓ ଝିଅଙ୍କ ସଂଖ୍ୟାରେ ସମାନତା ଆସିବ, ତାହା ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ କର୍ମଶାଳା ଆୟୋଜନ କରିଛି। ଏତିରେ ଡାକ୍ତର, ସମାଜିକ ବିଜ୍ଞାନୀ, ସବୁ ଜିଲ୍ଲାର ଜନସ୍ଵାସ୍ଥ୍ୟ ଅଧିକାରୀ ଓ ଆଇନ୍‌ ବିଶେଷଜ୍ଞ ଯୋଗଦେଇ ଆଲୋଚନା କରିଛନ୍ତି। ଲିଙ୍ଗଗତ ପାର୍ଥକ୍ୟ କେମିତି ଦୂର ହେବ ତାହା ଉପରେ ଆଲୋଚନା ହେଉଛି।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe