Advertisment

ଗାଁ ଗାଁରେ ଖୋଲିଛି କୁଚିଆ ମଦ ଭାଟି, ରାସ୍ତାକୁ ଓହ୍ଲାଇଲେ SHG ମହିଳା

ଗାଁକୁ ମଦମୁକ୍ତ କରିବା ପାଇଁ SHG ମହିଳା ଓ କେତେକ ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବଙ୍ଗୋମୁଣ୍ଡା ଥାନାରେ ପହଞ୍ଚି ଥିଲେ। ପରେ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗାଁରେ ବେଆଇନ୍‌ କୁଚିଆ ମଦ ବିକ୍ରି ହେଉଛି।

Balangir

Balangir

Advertisment

ଗାଁ ଗାଁରେ ଖୋଲିଛି କୁଚିଆ ମଦ ଭାଟି। ଯେଉଁଥିପାଇଁ ପାରିବାର ଭିତରେ ସୃଷ୍ଟି ହେଉଛି କଳହ। ସ୍ୱାମୀ-ସ୍ତ୍ରୀ, ବାପା-ପୁଅ ଓ ପଡ଼ୋଶୀ ପଡ଼ୋଶୀ ଭିତରେ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ହେଉଛି। ମଧୁର ସମ୍ପର୍କରେ ଫାଟ ହେଉଛନ୍ତି। ତଳିତଳାନ୍ତ ହେଉଛି ଗରିବ ଓ ଖଟିଖିଆ। ଏହି କୁଚିଆ ମଦକୁ ବିରୋଧ କରି ଆଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(SHG)ର ସଦସ୍ୟାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisment

ବଙ୍ଗୋମୁଣ୍ଡା ଥାନା ବେଳପଡା ପଞ୍ଚାୟତର ଫୁଗୁଡା ଓ ଫୁଣ୍ଡେଲପଦର ଗାଁରେ ଦିନକୁ ଦିନ ବଢି ଚାଲିଛି ବେଆଇନ୍‌ କୁଚିଆ ମଦ ଭାଟି। ଯେଉଁଥିପାଇଁ ଗାଁରେ ଅଶାନ୍ତି ପରିବେଶ ସୃଷ୍ଟି ହେଉଛି। ପରସ୍ପର ଭିତରେ ଗଣ୍ଡଗୋଳ ହେଉଛି। ସେଥିପାଇଁ ମଦ ବିକ୍ରିକୁ ବିରୋଧ କରିଛନ୍ତି ଫୁଗୁଡା ଓ ଫୁଣ୍ଡେଲପଦର ଗାଁର SHG ମହିଳାମାନେ।

ଗାଁକୁ ମଦମୁକ୍ତ କରିବା ପାଇଁ SHG ମହିଳା ଓ କେତେକ ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବଙ୍ଗୋମୁଣ୍ଡା ଥାନାରେ ପହଞ୍ଚି ଥିଲେ। ପରେ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗାଁରେ ବେଆଇନ୍‌ କୁଚିଆ ମଦ ବିକ୍ରି ହେଉଛି। ମଦ ବିକ୍ରି କରୁଥିବା ଲୋକଙ୍କ ଉପରେ ପୁଲିସ କିମ୍ବା ଅବକାରୀ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମହିଳାମାନେ ଦାବି କରିଛନ୍ତି।

Advertisment

ତେବେ ଏ ନେଇ ପୁଲିସ କିମ୍ବା ଅବକାରୀ ବିଭାଗର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Balangir Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe