Advertisment

ହେ ପ୍ରଭୁ, ସବୁ ସାରିଦେଲେ! ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେଲା କହିଲେ ମିଶନ ଶକ୍ତି ମହିଳା

୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇଥିଲେ। ପାଣ୍ଡିଆନ୍‌ଙ୍କ ହେଲିକପ୍ଟର ଦଶପଲ୍ଲା ନେତାଜୀ ପଡ଼ିଆରେ ଓହ୍ଲାଇଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଅଦ୍ୟତନ ହୋଇଛି
Nayagarh

SHG

Advertisment

ହେ ପ୍ରଭୁ! ସବୁ ସାରିଦେଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା। ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେଲା କହିଲେ। ସତେ ଯେମିତି ଲାଗୁଛି, ପାଣ୍ଡିଆନ୍‌ଙ୍କ ଡେଜିଗନେସନ୍‌ ବଦଳି ହୋଇଛି। ୫-ଟି ସଚିବରୁ ‘ଚେଲା’ ପଦବୀକୁ ପଦୋନ୍ନତି ହୋଇଛି। ତେବେ କିଏ ଏହି ପଦୋନ୍ନତି ଦେଇଛି, ତାହା ଜଣାନାହିଁ। ହେଲେ ପାଣ୍ଡିଆନ୍‌ଙ୍କ ସଭାକୁ ଆସିଥିବା ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେଲା ବୋଲି ସମ୍ୱୋଧନ କରୁଛନ୍ତି। ଯାହା ସାଧାରଣରେ ହାସ୍ୟରୋଳ ସୃଷ୍ଟି କରୁଛି।

Advertisment

ଘଟଣାଟି ଏମିତି। ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇଥିଲେ। ପାଣ୍ଡିଆନ୍‌ଙ୍କ ହେଲିକପ୍ଟର ଦଶପଲ୍ଲା ନେତାଜୀ ପଡ଼ିଆରେ ଓହ୍ଲାଇଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ଆୟୋଜିତ ସଭାରେ ଭି.କେ. ପାଣ୍ଡିଆନ୍‌ ଯୋଗ ଦେଇଥିଲେ। ସଭାରେ ଉପସ୍ଥିତ ଥିବା ଦଶପଲ୍ଲା, ଗଣିଆଁ ଓ ନୂଆଗାଁର ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କ ସହ କଥା ହୋଇଥିଲେ ପାଣ୍ଡିଆନ୍‌। ଖାଲି କଥା ହୋଇନଥିଲେ, ମହିଳାଙ୍କ ଅଭିଯୋଗ ଶୁଣିଥିଲେ। ଆଉ ପୁଳା ପୁଳା ପ୍ରତିଶ୍ରୁତି ପୂରଣ ହେବ ବୋଲି କଥା ଦେଇଥିବା ମହିଳାମାନେ କହିଛନ୍ତି।

ସବୁଠାରୁ ମଜାଦାର କଥା ହେଉଛି, ମିଶନ ଶକ୍ତି ସଭାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଛନ୍ତି ବୋଲି କହି ସିଆର୍‌ପି ମହିଳାମାନଙ୍କୁ ଡାକି ଆଣିଥିଲେ। ହେଲେ ସଭାରେ ପହଞ୍ଚିଲା ବେଳକୁ ମୁଖ୍ୟମନ୍ତ୍ରୀ ନାହାନ୍ତି। ତାଙ୍କ ସ୍ଥାନରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କୁ ଦେଖିବାକୁ ପାଇଥିଲେ। ତାଙ୍କୁ ଦେଖି ମହିଳାମାନେ ଫିଡ଼ିକି ଯାଇଥିଲେ। ଆଉ ତା’ପରେ କ୍ୟାମେରା ସାମ୍ନାରେ ଅସନ୍ତୋଷ ଝାଡ଼ିଥିଲେ।

Advertisment

ସଭାକୁ ଆସିଥିବା ସ୍ୱୟଂସହାୟକ ଗୋଷ୍ଠୀର ଜଣେ ମହିଳା କହିଲେ, ଦଶପଲ୍ଲାକୁ ନବୀନ ବାବୁଙ୍କ ଚେଲା ଆସୁଛନ୍ତି, ଯିବାଆସିବା ଓ ଖାଇବା ମାଗଣା ବୋଲି ଆମକୁ ସିଆର୍‌ପି କହିଥିଲେ। ତେଣୁ ଆମେ ଆସିଥିଲୁ। ହେଲେ ସଭାରେ ଭାଷଣ ଦେଉଥିବା ବାବୁଙ୍କ ନାଁ ଜାଣିନୁ ବୋଲି ମହିଳା ଜଣକ କହିଛନ୍ତି।

ଆଉ ଜଣେ ମହିଳା କହିଲେ, ମିଶନ ଶକ୍ତିର ଗୋଟିଏ ବଡ଼ ଆୟୋଜନ ହେଉଛି ବୋଲି ଆମକୁ ସିଆର୍‌ପି କହିଥିଲେ। ଯିବାଆସିବା, ଖାଇବା ଓ ଗାଡ଼ି ଭଡ଼ା ମାଗଣା କହିଥିଲେ। ସେଥିପାଇଁ ଆସିଥିଲୁ। ହେଲେ ନବୀନବାବୁ ନଆସି, ତାଙ୍କ ଚେଲାକୁ ପଠାଇଥିଲେ। ତେବେ ଚେଲାଙ୍କ ନାଁ ଜାଣିନୁ କହିଲେ ମହିଳା ଜଣକ କହିଛନ୍ତି।

ରିପୋର୍ଟ-ଦଶପଲ୍ଲାରୁ ସଞ୍ଜୀବ ସାହୁ

Nayagarh Shg Women Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe