Advertisment

ମାସେ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରି ଅଭୟାରଣ୍ୟକୁ ବନ୍ଦ କରି ରଖିଥିଲେ।

ଅଦ୍ୟତନ ହୋଇଛି
Similipal

Similipal

Advertisment

ପର୍ଯ୍ୟଟକଙ୍କ ପାଇଁ ପୁଣି ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ।

Advertisment

ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରି ଅଭୟାରଣ୍ୟକୁ ବନ୍ଦ କରି ରଖିଥିଲେ।ଏଥିରେ ସ୍ଥାନୀୟ ବାସିନ୍ଦା ମଧ୍ୟ ସାମିଲ ଥିଲେ। 

ବାରମ୍ବାର ଅଭୟାରଣ୍ୟ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ପରେ ମଧ୍ୟ ଖୋଲି ନଥିଲା ଶିମିଳିପାଳ। ତେବେ ଶିମିଳିପାଳ ଅନ୍ତେବାସୀଙ୍କ ସହ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କର ଗତକାଲି ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଥିଲା। ଆଜି ଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା ଶିମିଳିପାଳ ଅଭୟାରଣ୍ୟ।

Advertisment
Baripada Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe