Advertisment

ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା, ବବିତା ପାତ୍ର ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ପଦ ପୂରଣ କରିବା ସହିତ ୬ ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Shovana Mohanty and Babita Patra

Shovana Mohanty and Babita Patra

ସୋଭନା ମହାନ୍ତି ରାଜ୍ୟର ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି। ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ, ଯେଉଁଟି ଆଗ ପଡ଼ିବ, ସେତେଦିନ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହି କାର୍ଯ୍ୟ କରିବେ। 

Advertisment

ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତ ହେବା ପରେ ସୋଭନା ମହାନ୍ତି କହିଛନ୍ତି, ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବି। ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି। ବାଲେଶ୍ୱର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି। ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ।

ସେହିପରି ବବିତା ପାତ୍ର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି। କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ, ଯେଉଁଟି ଆଗ ପଡ଼ିବ, ସେତେଦିନ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହି କାର୍ଯ୍ୟ କରିବେ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି।

Advertisment

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ପଦ ପୂରଣ କରିବା ସହିତ ୬ ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ସେମାନେ ହେଉଛନ୍ତି ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ,କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ଓ ସୁଜାତା ନାୟକ।