Advertisment

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୬ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଆସନ୍ତାକାଲି ସୁଦ୍ଧା ଲିଖିତ ଭାବେ ଏହାର ଜବାବ ଦେବାକୁ ସେମାନଙ୍କୁ କୁହାଯାଇଛି।

author-image
Jitendra Garnayak
Doctor

Doctor

କୋରାପୁଟର ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୬ ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମେଡିକାଲ ଅଧୀକ୍ଷକ। ଆସନ୍ତାକାଲି ସୁଦ୍ଧା ଲିଖିତ ଭାବେ ଏହାର ଜବାବ ଦେବାକୁ ସେମାନଙ୍କୁ କୁହାଯାଇଛି।

Advertisment

ଗତ ୬ ତାରିଖ ଦିନ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏକ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଏହି ବୈଠକରେ ଉପସ୍ଥିତ ରହିବାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତରଙ୍କୁ କୁହାଯାଇଥିଲା। ତେବେ ଏହି ୨୬ ଜଣ ଡାକ୍ତର ଉକ୍ତ ବୈଠକରେ ଯୋଗ ଦେଇ ନଥିଲେ। ଏତେ ସଂଖ୍ୟକ ଡାକ୍ତର ବୈଠକରେ ଅନୁପସ୍ଥିତ ରହିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ।

ବୈଠକରେ ଏଭଳି ଢଙ୍ଗରେ ଅନୁପସ୍ଥିତ ରହି ଏହି ଡାକ୍ତରମାନେ ସେମାନଙ୍କ ଉପର ଅଧିକାରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଛନ୍ତି ବୋଲି ମେଡିକାଲ ଅଧୀକ୍ଷକ ଜାରି କରିଥିବା ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି ଓ ଏନେଇ ଆସନ୍ତାକାଲି ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି।

Advertisment