birthday party of MLA in school
ଯାଜପୁର ଧର୍ମଶାଳା ବ୍ଲକ ବଜ୍ରଗିରି ପ୍ରକଳ୍ପ ସ୍କୁଲ ଭିତରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାର୍ଥଡେ ପାର୍ଟି ପାଳନ ଘଟଣାରେ କାରଣ ଦର୍ଶାଅ ନୋଟିସ ଜାରିକଲେ ମଣ୍ଡଳ ଶିକ୍ଷାଅଧିକାରୀ। ସଂପୃକ୍ତ ଅଞ୍ଚଳର ବିଇଓ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନୋଟିସ ହୋଇଛି। ଗତକାଲି ରବିବାରରେ ସ୍କୁଲ ଛୁଟି ଥିବା ବେଳେ ଯୁବ ବିଜେଡି ପକ୍ଷରୁ ଏହି ବାର୍ଥଡେ ପାର୍ଟି ପାଳନ ହୋଇଛି। ଯେଉଁଥିରେ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ପାଇଁ ଉପନିର୍ବାଚନ ହେଉଥିବା ବେଳେ ଆଚରଣ ବିଧି ଉଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା। ସ୍କୁଲ ପରିସରରେ ବିଧାୟକଙ୍କ ଜନ୍ମ ଦିନ ପାଳନ କରିବାକୁ ସାଧାରଣରେ ନାପସନ୍ଦ କରଯାଇଛି। ଏନେଇ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଧର୍ମଶାଳା ବିଡିଓଙ୍କୁ ଅଭିଯୋଗ କରାଯାଇଛି ।
ସେପଟେ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପାଳନ ହେବା କଥା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ମଣ୍ଡଳ ଶିକ୍ଷାଅଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି। ଏଥିପାଇଁ ଆଚରବିଧି ଉଲ୍ଲଂଘନ ହୋଇଥିବାରୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିବା ସେ କହିଛନ୍ତି।
କିଛି ଦିନ ତଳେ ପନ୍ଦର ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଭାଗ୍ୟଧର ସେଠୀଙ୍କ ହୃଦଘାତରେ ପରଲୋକ ହେବା ପରେ ଏହି ଜୋନରେ ଆସନ୍ତା ଅଗଷ୍ଟ ୯ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
ତେବେ ଏନେଇ ବିଧାୟକ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
