Advertisment

ବର୍ଷକ ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ କଲେ ସରକାର

ପୂର୍ବ ପରିଚାଳନା କମିଟିର କାର୍ଯ୍ୟକାଳ ୨୦୨୪ ସେପ୍ଟେମ୍ବର ମାସରେ ଶେଷ ହୋଇଥିଲା ।

author-image
Ordigital Desk
ଅଦ୍ୟତନ ହୋଇଛି
Puri Temple

Puri Temple

 ପ୍ରାୟ ବର୍ଷକ ପରେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଏହି କମିଟିରେ ୧୦ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି । ଏହି ପରିଚାଳନା କମିଟି ଗଠନ ପରେ ଶ୍ରୀମନ୍ଦିରର ନିତିକାନ୍ତି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ମାର୍ଗ ପ୍ରଶସ୍ତ ହୋଇଛି । ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ମଧ୍ୟ ସହଜ ହେବ ବୋଲି ସୂଚନା ମିଳିଛି ।

Advertisment

କମିଟିରେ ରହିଲେ କିଏ:

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଭାବେ ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ,  ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ. ସାବତ, ମହେଶ କୁମାର ସାହଙ୍କ ସମେତ ମନ୍ଦିର ସହ ଜଡ଼ିତ ସେବାୟତ ଓ ସଂସ୍ଥାର ପ୍ରତିନିଧି ଭାବେ ମୁକ୍ତିମଣ୍ଡପର ଡଃ. ସିଦ୍ଧେଶ୍ୱର ମହାପାତ୍ର, ବଳରାମକୋଟ ମଠର ଶ୍ରୀରଘୁବୀର ଦାସ ମହାରାଜଙ୍କୁ ମଠ ସମୁଦାୟର ପ୍ରତିନିଧି ଭାବେ ସାମିଲ କରାଯାଇଛି । ସେହିପରି ବିଭିନ୍ନ ନିଯୋଗର ପ୍ରତିନିଧି ଭାବେ ସେବାୟତ କୃଷ୍ଣଚନ୍ଦ୍ର ସାମନ୍ତରାୟ (ଟୁକୁ) , ମଧୁସୂଦନ ସିଂହାରୀ, ଜଗନ୍ନାଥ ପୂଜାପଣ୍ଡା,ଗଣେଶ ଦାସମହାପାତ୍ର  ଓ ରାମନାରାୟଣ ଗୋଛିକାରଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି ।

ପୂର୍ବ ପରିଚାଳନା କମିଟିର କାର୍ଯ୍ୟକାଳ ୨୦୨୪ ସେପ୍ଟେମ୍ବର ମାସରେ ଶେଷ ହୋଇଥିଲା । ପରିଚାଳନା କମିଟି ଗଠନରେ ବିଳମ୍ବ ଯୋଗୁ ଶ୍ରୀମନ୍ଦିରର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଥିଲା । ଏପରିକି ଆନୁଷ୍ଠାନିକ ବଜେଟ୍ ମଧ୍ୟ ଅନୁମୋଦିତ ହୋଇପାରୁନଥିଲା ଓ ଅନ୍ତରୀଣ ବଜେଟ୍ ଅନୁଯାୟୀ କାର୍ଯ୍ୟ ହେଉଥିଲା । ନବଗଠିତ କମିଟି ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବ ବୋଲି ଆଶା କରାଯାଉଛି ।

Advertisment