Advertisment

‘ଦାନା’ ପରେ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାତ୍ୟା ‘ଦାନା’ ଯିବା ପରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇ ଯାଇଛି।

ଅଦ୍ୟତନ ହୋଇଛି
Similipal National Park

Similipal National Park

Advertisment

ବାତ୍ୟା ‘ଦାନା’ ଯିବା ପରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇ ଯାଇଛି।

Advertisment

ବାତ୍ୟା "ଦାନା"ର ପ୍ରକୋପ ଯୋଗୁ ଗତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଥିଲେ କର୍ତ୍ତୃପକ୍ଷ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ପର୍ଯ୍ୟଟକଙ୍କ ଗାଡ଼ି ଯିବା ସମ୍ଭବପର ନ ଥିଲା।ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା  ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା।

ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳକୁ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ।

Advertisment

ପ୍ରତିଥର ପରି ଶିମିଳିପାଳକୁ ଯିବାକୁ ହେଲେ ପର୍ଯ୍ୟଟକ ବାରିପଦାର ପିଠାବଟା ଏବଂ ଯଶିପୁରର ଜାମୁଆଣି ଦେଇ ଯାଇ ପାରିବେ । ସକାଳ ୭ଟାରୁ ୯ଟା ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥାଏ । ସେଠାରେ ରାତ୍ରି ରହଣି ପାଇଁ କେବଳ ଅନଲାଇନ ମାଧ୍ୟମରେ ବୁକିଂ ବ୍ୟବସ୍ଥା ରହିଅଛି।

Similipal National Park Mayurbhanj Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe