ଝାରସୁଗୁଡ଼ାରେ ଓପିଜିସିର ସୋଲାର ପ୍ଲାଣ୍ଟ ଓ ପାରାଦୀପରେ ମେ’ଫେୟାର ହୋଟେଲ ନିର୍ମାଣକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଓଡ଼ିଶାର ପ୍ରମୁଖ ହୋଟେଲ ସଂସ୍ଥା ମେ’ଫେୟାର ଗ୍ରୁପ୍ ୫୧.୨୫କୋଟି ଟଙ୍କା ବ୍ୟୟରେ ପାରାଦୀପରେ ନିଜର ଏକ ହୋଟେଲ ସ୍ଥାପନ କରିବ । ଆଜି ଏହି ଦୁଇ ପ୍ରକଳ୍ପ ସମେତ ମୋଟ ୧୯ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି ।

OPGC

Representative Image

Ordigital Desk
  • Published: Saturday, 30 September 2023
  • Updated: 30 September 2023, 10:36 PM IST

ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଲିଃ(ଓପିଜିସି)ର ୪୯% ଅଂଶଧନକୁ ବିକ୍ରି ନିଷ୍ପତ୍ତିରୁ ଓହରିଥିବା ଓଡ଼ିଶା ସରକାର ଏବେ ଉକ୍ତ କମ୍ପାନୀର ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୧୫ କୋଟି ଟଙ୍କା ବ୍ୟୟରେ ଓପିଜିସି ନିଜର ଏକ ସୋଲାର ପ୍ଲାଣ୍ଟ ଝାରସୁଗୁଡ଼ାରେ ସ୍ଥାପନ କରିବ। ସେହିପରି ଓଡ଼ିଶାର ପ୍ରମୁଖ ହୋଟେଲ ସଂସ୍ଥା ମେ’ଫେୟାର ଗ୍ରୁପ୍ ୫୧.୨୫କୋଟି ଟଙ୍କା ବ୍ୟୟରେ ପାରାଦୀପରେ ନିଜର ଏକ ହୋଟେଲ ସ୍ଥାପନ କରିବ । ଆଜି ଏହି ଦୁଇ ପ୍ରକଳ୍ପ ସମେତ ମୋଟ ୧୯ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି ।

ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ବୈଠକରେ ୩୬୬୩କୋଟି ଟଙ୍କାର ମୋଟ ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ରାଜ୍ୟରେ ଅତିରିକ୍ତ ୧୩୬୬୩ ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟର ୧୦ଟି ଜିଲ୍ଲାରେ ଏସବୁ ଶିଳ୍ପ ସ୍ଥାପନ ହେବ ।

Also Read

ସୂଚନା ଅନୁସାରେ, ଆଜି ଯେଉଁ ସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ସେଥିରେ ଓଡ଼ିଶା ସରକାରଙ୍କ ଓପିଜିସି ଲିଃ ରହିଛି । ଓପିଜିସି ୨୧୫ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ାଠାରେ କ୍ୟାପଟିଭ୍ ସୋଲାର ପ୍ଲାଂଟ ନିର୍ମାଣ କରିବ । ଏଥିରେ ୫୦ ମେଗାୱାଟ ଏସି ଓ ୬୧ ମେଗାୱାଟ ଡିସି କ୍ଷମତାର ବିଦ୍ୟୁତ ଉତ୍ପାଦନ ହେବ । ୧୨୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସେହିପରିରାଜ୍ୟର ପ୍ରମୁଖ ହୋଟେଲ ଗ୍ରୁପ୍ ମେଫେୟାର ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ୫୧.୨୫କୋଟି ଟଙ୍କା ବ୍ୟୟରେ ଏକ ହୋଟେଲ ନିର୍ମାଣ କରିବ । ସେଥିରେ ୨୦ଟି ରୁମ୍ ସହ କନଭେନସନ୍ ସେଂଟର ମଧ୍ୟ ରହିବ । ଏହି ପ୍ରକଳ୍ପରେ ୧୨୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ପ୍ରଗତି ମିଲକ୍ ୬୧.୮୨କୋଟି ଟଙ୍କା ବ୍ୟୟରେ ଟାଙ୍ଗି-ଚୌଦ୍ୱାରର ଚନ୍ଦନପୁରଠାରେ ଏକ ଆଇସକ୍ରିମ ଓ ବେକଡ୍ ପ୍ରଡକ୍ଟ ପ୍ଲାଂଟ ନିର୍ମାଣ କରିବ । ଏଥିରେ ୧୦୪୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ହଂକଂର ପୋଷାକ ନିର୍ମାତା କମ୍ପାନୀ ‘ଏପିକ୍ ଗ୍ରୁପ୍‌’ ଓଡ଼ିଶାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବ । ‘ଏପିକ୍ ଗ୍ରୁପ୍‌’ର ସହାୟକ ସଂସ୍ଥା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌’ ଏହାର ପୋଷାକ ଉତ୍ପାଦନ ସୁବିଧା ପାଇଁ ଖୋର୍ଦ୍ଧାରେ ୩୭୬.୮୫ କୋଟି ଟଙ୍କା ବିନିଯୋଗ କରିବ ଓ ୭୦୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ । ଏହି ପ୍ରକଳ୍ପକୁ ମଧ୍ୟ ଆଜି ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି । ସେହିପରି ଟାଇମ୍ ଟେକ୍ନୋପ୍ଲାଷ୍ଟ ଲିମିଟେଡ୍ ଏବଂ ଓରିକନ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଯଥାକ୍ରମେ ୫୭.୦୦ କୋଟି ଟଙ୍କା ଏବଂ ୯୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ନିଜର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ନେଜୋନ୍ ଷ୍ଟିଲ୍ ଉତ୍କଳ ଏଲଏଲପି, ଆଡଭାନ୍ସ ଷ୍ଟିଲ୍ ଟ୍ୟୁବସ୍ ଲିମିଟେଡ୍‌, ନିର୍ମଳ ଷ୍ଟିଲସ୍ ପ୍ରାଇଭେଟ୍ ଲିମିଟେଡ୍‌, ରୁଙ୍ଗଟା ମାଇନ୍ସ ଲିମିଟେଡ୍‌, ଫେରୋ ଟେକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସୁପର ସୋନିକ୍ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ନିଜର ଶିଳ୍ପ କଳିଙ୍ଗନଗର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ସ୍ଥାପନ କରିବେ । ଏସବୁ କମ୍ପାନୀ ପ୍ରାୟ ୨ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିବେି । ଉଲ୍ଲେଖଯୋଗ୍ୟ, ନେଜୋନ ଷ୍ଟିଲ୍ ଉତ୍କଳ ଏଲଏଲପି ଏହାର ଦ୍ୱିତୀୟ ୟୁନିଟ୍ ପ୍ରତିଷ୍ଠା ସହିତ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଯାଉଛି । ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌) ୨୯୭.୬୧ କୋଟି ଟଙ୍କା ବ୍ୟୟରେ ବଲାଙ୍ଗିରରେ ସୋଲାର ପ୍ଲାଂଟ୍ ସ୍ଥାପନ କରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story