Advertisment

ସାର୍‌ ମୁଁ IAS ଅଫିସର ହେବି...

ବୈଠକରେ ରାଜ୍ୟପାଳ କଥା ହେଉଥିବା ବେଳେ କବିତା ଖରା ନାମକ ଜଣେ ଛିଡ଼ା ହୋଇ ନିଜର ଦୁଃଖ ପ୍ରକାଶ କରିଥିଲେ। ପାଖରେ ସମ୍ୱଳ ନଥିବାରୁ ପାଠ ପଢ଼ିବାରେ ସମସ୍ୟା ହେଉଛି ବୋଲି କହିଥିଲେ।

Kabita

Kabita

Advertisment

“ସାର୍‌ ମୁଁ IAS ଅଫିସର ହେବି...। ହେଲେ ପାଠ ପଢ଼ିବା ପାଇଁ ପାଖରେ ସମ୍ୱଳ ନାହିଁ।” ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସଭା ଚାଲିଥିବା ବେଳେ କବିତା ଖରା ନାମକ ଜଣେ ଛାତ୍ରୀ ରାଜ୍ୟପାଳ ରଘୁବର ଦାସଙ୍କୁ ନିଜର ଦୁଃଖ ଜଣାଇଥିଲେ। ଛାତ୍ରୀଙ୍କ ଦୁଃଖ ଶୁଣି ଲକ୍ଷେ ଟଙ୍କା ଦାନ କରିଥିଲେ ରାଜ୍ୟପାଳ। ଆଉ କହିଲେ, ଏହି ଟଙ୍କାରେ ବହି କିଣି ପାଠ ପଢ଼ିବ। ଏଥିପାଇଁ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି କବିତା ଖରା।

Advertisment

ଆଜି ମାଲକାନଗିରି ଗସ୍ତରେ ଯାଇଥିଲେ ରାଜ୍ୟପାଳ ରଘୁବର ଦାସ। ସେ ପ୍ରଥମେ ମାଥିଲି ମେଡିକାଲ୍‌ ଯାଇଥିଲେ। ସେଠାରେ ରୋଗୀଙ୍କ ସହିତ ଆଲୋଚନା କରିଥିଲେ। ପରେ ମେଡିକାଲ୍‌ କର୍ମଚାରୀଙ୍କ ସହିତ କଥା ହୋଇଥିଲେ ରାଜ୍ୟପାଳ। ତା’ପରେ ରାଜ୍ୟପାଳ ପାଙ୍ଗାମ ବଡାଗୁଡ଼ା ଗାଁକୁ ଯାଇଥିଲେ। ସେଠାରେ ଏକ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକଙ୍କ ସହିତ କଥା ହୋଇଥିଲେ। ସେହି ସମୟରେ ଗାଁରେ ଅଙ୍ଗନବାଡ଼ି ନଥିବା କ୍ଷୋଭର ସହ କହିଥିଲେ ଗାଁ ଲୋକେ। ଗାଁରେ କେମିତି ମଦ ବନ୍ଦ ହେବ ବୋଲି ମହିଳାମାନେ ରାଜ୍ୟପାଳଙ୍କୁ ପ୍ରଶ୍ନ ପଚାରିଥିଲେ।

ବୈଠକରେ ରାଜ୍ୟପାଳ କଥା ହେଉଥିବା ବେଳେ କବିତା ଖରା ନାମକ ଜଣେ ଛିଡ଼ା ହୋଇ ନିଜର ଦୁଃଖ ପ୍ରକାଶ କରିଥିଲେ। ପାଖରେ ସମ୍ୱଳ ନଥିବାରୁ ପାଠ ପଢ଼ିବାରେ ସମସ୍ୟା ହେଉଛି ବୋଲି କହିଥିଲେ। କବିତାଙ୍କ ଅଭିଯୋଗ ଶୁଣି ରାଜ୍ୟପାଳ ପଚାରିଥିଲେ, ଭବିଷ୍ୟତରେ କ’ଣ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତା’ର ଜବାବରେ କବିତା ଖରା କହିଥିଲେ, IAS ଅଫିସର ହେବାକୁ ଲକ୍ଷ୍ୟ ରଖିଛି। ଏକଥା ଶୁଣିବା ପରେ ରାଜ୍ୟପାଳ ସଙ୍ଗେ ସଙ୍ଗେ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ। ଯେଉଁଥିପାଇଁ ସେ ରାଜ୍ୟପାଳଙ୍କୁ ଧନ୍ୟବାଦ ଦେଇଛନ୍ତି।

Advertisment

କବିତା ଖରା କହିଛନ୍ତି, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବହୁ ଲୋକ ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି। ଯେଉଁଥିପାଇଁ ପ‍ଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ପଢ଼ି ପାରୁନାହାନ୍ତି। ଖାସ୍‌ କରି ଝିଅମାନେ ବେଶୀ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାଜ୍ୟପାଳ ସାରଙ୍କ ଉପହାର ମୋତେ ନିଶ୍ଚିତ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇବ। ମୁଁ ପାଠ ପଢ଼ିବି ବୋଲି କବିତା ଖରା କହିଛନ୍ତି।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe